ବଲାଙ୍ଗୀର, ୧୪/୦୭: ହସ୍ପିଟାଲ କୋଠାରୁ ଡେଇଁ ରୋଗୀ ଗୁରୁତର। ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଏହି ଅଘଟଣ ଦେଖିବାକୁ ମିଳିଛି। ମେଡ଼ିସିନ ୱାର୍ଡର ଦ୍ଵିତୀୟ ମହଲା କୋଠାରୁ ଡେଇଁପଡିବାରୁ ରୋଗୀ ଜଣକ ଗୁରୁତର ହୋଇପଡିଛନ୍ତି। ଗୁରୁତର ରୋଗୀ ଜଣକ ବଲାଙ୍ଗିର ସହର ଖରସେଲ ପଡାର ବୋଲି ଜଣାପଡିଛି। ୪୫ ବର୍ଷୀୟ ପୂର୍ଣ୍ଣଚନ୍ଦ୍ର ସାହୁ ଗତ ୧୨ ତାରିଖରେ ଦିନ ମେଡିସିନ ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ପୂର୍ଣ୍ଣଚନ୍ଦ୍ର ଆଜି ସିଡ଼ି ନିକଟରେ ଲାଗିଥିବା ଦୁଇଟି ପ୍ଲେଟ୍ ଭାଙ୍ଗି ତଳକୁ ଡେଇଁ ପଡ଼ିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସର୍ଜରୀ ୱାର୍ଡରେ ଭର୍ତ୍ତି କରାଯାଇଛି। ରୋଗୀ ଜଣକ କଣ ପାଇଁ ଛାତରୁ ଡେଇଁଲେ ଜଣାପଡ଼ିନାହିଁ। ଘଟଣା ନେଇ ହସ୍ପିଟାଲ ସୁପରିଟେଣ୍ଡେଣ୍ଟ ତଦନ୍ତ ଆରମ୍ଭ କରିଛନ୍ତି।
Prev Post
Next Post