ଏଫଏମ ଛାତ୍ରୀ ମୃତ୍ୟୁ ଘଟଣାରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଶୋକ ପ୍ରକାଶ

‘ଯାହା ଘଟିଛି ତାହା ଘଟିବାର ନଥିଲା’

ଭୁବନେଶ୍ୱର, ୧୫/୦୭: ବାଲେଶ୍ଵର ଏଫଏମ କଲେଜର ପୀଡ଼ିତା ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମନ୍ତ୍ରୀ କହିଛନ୍ତି,

“ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ପୀଡ଼ିତା ଛାତ୍ରୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଗଭୀର ଭାବେ ମର୍ମାହତ । ତମାମ ପ୍ରଚେଷ୍ଟା ତଥା ପ୍ରାର୍ଥନା ସତ୍ତ୍ୱେ ଆମେ ଛାତ୍ରୀଜଣଙ୍କୁ ହରାଇଲୁ । ଇତି ମଧ୍ୟରେ ଦୋଷୀଙ୍କ ପ୍ରତି ଶୂନ୍ୟ ସହନଶୀଳତା ନୀତିରେ କଠୋରରୁ କଠୋରତମ ଦଣ୍ଡ ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏପରି ଘଟଣା ଆଗକୁ ନ ଘଟିବ ସେଥିପ୍ରତି ଆମେ ଯତ୍ନଶୀଳ ଅଛୁ । ସବୁ ପରେ ବି ଯାହା ଘଟିଛି ତାହା ଘଟିବାର ନଥିଲା । ଏଭଳି ଘଟଣାକୁ ନିନ୍ଦା କରିବା ପାଇଁ ଶବ୍ଦର ଅଭାବ ମୋ ନିକଟରେ । ପରିବାରବର୍ଗଙ୍କୁ ପ୍ରଭୁ ସାହସ ଓ ଶକ୍ତି ପ୍ରଦାନ କରନ୍ତୁ ।”