ଅକ୍ଟୋବର ୧ରୁ ଗଣିବେ ଜରିମାନା, ଯଦି ଗାଡିରେ ନଥିବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍

ଗାଡି ଚାଳକଙ୍କ ପାଇଁ ନୂଆ ନିୟମ ଆଣିଛନ୍ତି ସରକାର । ପୁରୁଣା ଗାଡି ନମ୍ବର ବଦଳରେ ଏଣିକି ଗାଡିରେ ଲାଗିବ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ । ତେଣୁ ଆପଣ ଯଦି, ଏପର୍ଯ୍ୟନ୍ତ ହାଇ ସିକ୍ୟୁରିଟି ନମ୍ବର ପାଇଁ ସ୍ଲଟ୍ ବୁକ୍ କରିନାହାଁନ୍ତି? ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗେଇନାହାଁନ୍ତି । ତେବେ ଆପଣଙ୍କ ପାଇଁ ଆସିଛି ବଡ ଖବର ।

ଅକ୍ଟୋବର ୧ ତାରିଖ ପୂର୍ବରୁ ଆପଣ ନିଜର ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇ ଦିଅନ୍ତୁ । ଯଦି ଏହି ସମୟ ସୀମା ଭିତରେ ଆପଣ ଗାଡିରେ ନୂଆ ନମ୍ବର ପ୍ଲେଟ୍ ନ ଲଗାନ୍ତି, ତେବେ ଆପଣଙ୍କୁ ପଡିପାରେ ଭାରି ଅଙ୍କର ଜରିମାନା । ହଜାରେ କି ୨ ହଜାର ନୁହେଁ ବରଂ ଆପଣ ଗଣିପାରନ୍ତି ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍ ।

ଯେଉଁ ପୁରୁଣା ଗାଡିର ନମ୍ବର ୧,୨,୩ ଆଉ ୪ରେ ଶେଷ ହେଉଛି । ସେମାନଙ୍କୁ ସେପ୍ଟେମ୍ବର ୩୦ ସୁଦ୍ଧା ନିଜ ଗାଡିରେ ନୂଆ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ଲଗାଇବାକୁ ହେବ । ଅକ୍ଟୋବର ପହିଲାରୁ ଏହି ଗାଡି ଗୁଡିକର ଚେକିଂ ଆରମ୍ଭ ହେଇଯିବ । ତେଣୁ ଅକ୍ଟୋବର ୧ ପରେ ଏହି ସବୁ ଗାଡିରେ ନୂଆ ନମ୍ବର ପ୍ଲେଟ୍ ନଥିଲେ ଫାଇନ୍ ଆଦାୟ କରାଯିବ ।