ପୋଲିସ କବଜାରେ ନକଲି ନାଭାଲ ଅଫିସର ଟିମ୍, ଚାକିରି ନାଁରେ ବହୁ ଜଣଙ୍କଠୁ ଲୁଟିଛନ୍ତି ଲକ୍ଷାଧିକ ଟଙ୍କା

ଗଜପତି: ପାରଳାଖେମୁଣ୍ଡି ପୋଲିସ କବଜାରେ ନକଲି ନାଭାଲ ଅଫିସର ଟିମ୍ । ଚାକିରି ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗକ୍ରମେ ବିଶାଖାପାଟଣାରୁ ମୁଖ୍ୟ ଅଭିଯୁକ୍ତ ସମେତ ୪ଜଣକୁ ଗିରଫ କରିବାରେ ସଫଳ ହୋଇଛି ପାରଳାଖେମୁଣ୍ଡି ପୋଲିସ। ଦୀର୍ଘ ଦିନ ଧରି ଅଞ୍ଚଳରେ ଚାକିରି ଦେବା ନାଁରେ ବହୁ ଯୁବକ ଯୁବତୀଙ୍କ ଠାରୁ ଠକୁଥିଲେ ଲକ୍ଷ ଲକ୍ଷ ଟଙ୍କା। ଠକାମୀର ଶିକାର ହେଉଥିବା ଯୁବକ ମାନଙ୍କ ମଧ୍ୟରେ ବିଶ୍ବାସ ସୃଷ୍ଟି କରିବା ପାଇଁ ଠକ ନେଭାଲ ଅଫିସର ମାନେ ବ୍ୟବହାର କରୁଥିଲେ ନକଲି ନାଭାଲ ପୋଷାକ। ଏପରିକି କିଛି ଯୁବକଙ୍କୁ  ନାଭାଲ ପୋଷାକ ଓ ନିଯୁକ୍ତି ପତ୍ର ମଧ୍ୟ ପ୍ରଦାନ କରିଥିବା ବେଳେ ଏସବୁ ସମ୍ପୂର୍ଣ୍ଣ ମିଛ ବୋଲି ଜାଣି ହତାଶ ନିରାଶ ହେଉଥିଲେ।