‘କେଜିଏଫ୍‌’କୁ ଟକ୍କର ଦେବ କି ‘କବ୍‌ଜା’ ?

ମୁମ୍ବାଇ ୨୦।୦୯: ଆସୁଛି ଆଉ ଏକ ଗ୍ୟାଙ୍ଗଷ୍ଟାର ବେଶ୍‌ ଫିଲ୍ମ । କେଜିଏଫ  ସିରିଜ ପରେ କନ୍ନଡ ଇଣ୍ଡଷ୍ଟ୍ରିର ଆଉ ଏକ ପ୍ୟାନ୍‌ ଇଣ୍ଡିଆ ମୁଭି । ଯାହାର ଟିଜର୍‌ ନିକଟରେ ରିଲିଜ୍‌ ହୋଇଛି । ଟିଜରଟି ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି । ଏବେ ଯାଏଁ ଫିଲ୍ମର ଟିଜରକୁ ୨୦ ମିଲିୟନ୍‌ରୁ ଅଧିକ ଲୋକ ଦେଖିସାରିଲେଣି । କନ୍ନଡ଼ ସୁପରଷ୍ଟାର ଉପେନ୍ଦ୍ର, କିଚା ସୁଦୀପଙ୍କ ଅଭିନୀତ ଏହି ଫ୍ଲିଲ୍ମର ନାମ ହେଉଛି ‘କବ୍‌ଜା’ । ଏହି ମୁଭିରେ ଅନ୍ୟାନ୍ୟ ଭୂମିକାରେ  ଶ୍ରୀୟା ସରନ୍‌, ଲକ୍ଷ୍ମଣ ଏବଂ ମୁରଲୀ ଶର୍ମାଙ୍କୁ ଦେଖିବାକୁ ମିଳିବ ।

କବ୍‌ଜା ଫିଲ୍ମର କାହାଣୀ ୧୯୪୨ରୁ ୧୯୮୪ ମଧ୍ୟରେ ରହିଛି । ଏକ ଗ୍ୟାଙ୍ଗଷ୍ଟାର ଭିତିକ କାହାଣୀ । ଯାହାର ପରିବାର ପୁରା ଗାନ୍ଧୀବାଦି ଥିଲା । କିନ୍ତୁ ସମୟକ୍ରମେ ଏହି ପରିବାରରୁ କେମିତି ଜଣେ ଗ୍ୟାଙ୍ଗଷ୍ଟାର ବାହାରୁଛି । ତାହା ଏହି ଫିଲ୍ମରେ ଚିତ୍ରଣ କରାଯାଇଛି । ଏହି ଗ୍ୟାଙ୍ଗଷ୍ଟାର ରୋଲ୍‌ରେ ସୁପରଷ୍ଟାର ଉପେନ୍ଦ୍ରକୁ ଦେଖିବାକୁ ମିଳିବ । ଏହାବ୍ୟତୀତ କନ୍ନଡ ଇଣ୍ଡଷ୍ଟ୍ରିର ଆଉ ଜଣେ ସୁପରଷ୍ଟାର ମଧ୍ୟ ଏହି ଫିଲ୍ମରେ ଦମ୍‌ଦାର ରୋଲରେ ନଜର ଆସିବେ । ସେ ହେଉଛନ୍ତି ସୁପରଷ୍ଟାର କିଚା ସୁଦୀପ । ନିକଟରେ କିଚା ସୁଦୀପଙ୍କ ଆସିଥିବା ଫିଲ୍ମ ବିକ୍ରାନ୍ତ ରଣା ବକ୍ସ ଅଫିସରେ ସେତେଟା ଭଲ କାରବାର କାରିପାରନଥିଲା ।