ଭାରସାମ୍ୟ ହରାଇ ଓଲିଟି ପଡ଼ିଲା ମାଛ ଧରା ଡଙ୍ଗା

ପାରାଦୀପ: ପାରାଦୀପ ଅନ୍ତର୍ଗତ ମହାନଦୀ ମୁହାଣ ନିକଟରେ ଭାରସାମ୍ୟ ହରାଇ ମାଛ ଧରା ଡଙ୍ଗା ଓଲିଟି ପଡ଼ିଛି । ଉକ୍ତ ଡଙ୍ଗାଟି ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ହୋଇଥିବା ବେଳେ ସେଥିରେ ୫ ଜଣ ମତ୍ସ୍ୟଜୀବୀ ଥିଲେ ।

ପାରାଦୀପ ମୁହାଣ ନିକଟ ସମୁଦ୍ର ମଧ୍ୟରେ ସେମାନେ ମାଛ ଧରୁଥିବା ସମୟରେ ଡଙ୍ଗାଟି ଓଲଟି ପଡିଥିଲା । ପାଖରେ ଥିବା ଅନ୍ୟ ମାଛ ଧରା ଟ୍ରଲର ସେମାନଙ୍କୁ ଉଦ୍ଧାର କରିଛି । ଏବେ ସମସ୍ତ ୫ଜଣ ମତ୍ସ୍ୟଜିବୀ ସୁସ୍ଥ ଥିବା ଜଣାପଡିଛି ।