‘ବ୍ରହ୍ମାସ୍ତ୍ର’ ପାଇଁ କାହିଁକି ଫି’ ନେଇ ନଥିଲେ ରଣବୀର ?

ମୁମ୍ଵାଇ: ଅୟାନ ମୁଖାର୍ଜୀଙ୍କ ଫିଲ୍ମ ବ୍ରହ୍ମାସ୍ତ୍ର ବକ୍ସ ଅଫିସ୍ ଭଲ କଲେକସନ୍‌ କରୁଛି । ହେଲେ ବର୍ତ୍ତମାନ ଫିଲ୍ମକୁ ନେଇ ଅନେକ ପ୍ରକାରର ଖବର ସାମ୍ନାକୁ ଆସିଛି। ଫିଲ୍ମ ରିପୋର୍ଟ ଅନୁଯାୟୀ ଏହାକୁ ହିଟ୍ ବୋଲି କହୁଥିବାବେଳେ ଫିଲ୍ମର ବଜେଟକୁ ନେଇ ଅନେକ ଲୋକ ଏହାକୁ ହିଟ୍ ବୋଲି ବିଚାର କରୁନାହାଁନ୍ତି। ପୂର୍ବରୁ ବ୍ରହ୍ମାସ୍ତ୍ରର ବଜେଟ୍ ପ୍ରାୟ ୪୧୦ କୋଟି ଟଙ୍କା ବୋଲି କୁହାଯାଇଥିଲା।

ପରେ ସୋସିଆଲ ମିଡିଆରେ ଖବର ଆସିଥିଲା ​​ଯେ ଏହି ଫିଲ୍ମରେ ୬୫୦ ଟଙ୍କା ଖର୍ଚ୍ଚ ହୋଇଛି। ଜବରଦସ୍ତ ଭିଏଫଏକ୍ସ ଯୋଗୁଁ ରଣବୀର କପୁର ଏବଂ ଆଲିଆ ଭଟ୍ଟ ସେମାନଙ୍କ ଫି’ ନେଇ ନଥିଲେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ବର୍ତ୍ତମାନ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ଏହାକୁ ନେଇ ମୁହଁ ଖୋଲିଛନ୍ତି ।