ଓଡିଶା ସୀମାରେ ଛତିଶଗଡର ଅନୁପ୍ରବେଶ

ମାଥିଲି ୨୩।୦୯ : ଓଡିଶା ସୀମାରେ ଛତିଶଗଡର ଅନୁପ୍ରବେଶ । କେବଳ ଅନୁପ୍ରବେଶ ନୁହେଁ ସୀମା ଚିହ୍ନଟ କରିବାକୁ ପ୍ରାୟ ତିନି କିଲୋମିଟର ଭିତରେ କାଟିଦେଲେ ଜଙ୍ଗଲ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକ ସୀମାନ୍ତ କମାରପାଲୀରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, କୋଟିଆ ସୀମା ବିବାଦକୁ ନେଇ ଆନ୍ଧ୍ର ଏବଂ ଓଡିଶା ବିବାଦ ନ ତୁଟୁଣୁ ଛତିଶଗଡକୁ ନେଇ ନୂଆ ବିବାଦ ଧୀରେ ଧିରେ ଘନେଇବାରେ ଲାଗିଛି । ଛତିଶଗଡର ଜନସାଧାରଣ ଏବଂ ପ୍ରଶାସନ ଓଡିଶା ମାଟିରେ ବେଆଇନ କାର୍ଯ୍ୟକଳାପ କରୁଥିବା ଦେଖିବାକୁ ମିଳିଛି । ଗୁରୁବାର ଛତିଶଗଡର ଚିନ୍ତାଲନାଡର ଶତାଧିକ ଗ୍ରାମବାସୀ ଓଡିଶା ସୀମାରେ ପଶି ଶତାଧିକ ଗଛ କାଟି ପଦା କରିଦେଇଛନ୍ତି । ଖବର ପାଇ ମାଥିଲି ତହସିଲଦାର ଏକ ଟିମ ଧରି ଘଟଣାସ୍ଥଳରେ ପହଞ୍ଚିବା ସହ ଏପରି କାର୍ଯ୍ୟରୁ ନିବୃତ ରହିବାକୁ ଜନତାଙ୍କୁ ତାଗିଦ କରିଛନ୍ତି ।