ଚାଇଲ୍ଡ ପର୍ଣ୍ଣ ବିରୋଧରେ ସିବିଆଇର ‘ଅପରେଶନ ମେଘଚକ୍ର’

ନୂଆଦିଲ୍ଲୀ: ଶିଶୁ ଯୌନ ନିର୍ଯାତନା ସହ ଜଡିତ ଅପରାଧ ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ(ସିବିଆଇ) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶନିବାର ଦେଶର ୨୦ଟି ରାଜ୍ୟର ୫୬ଟି ସ୍ଥାନରେ ସିବିଆଇ ଚଢଉ କରିଛି । ସିବିଆଇ ଏହାକୁ ‘ଅପରେଶନ ମେଘଚକ୍ର’ ନାଁ ଦେଇଛି । ଇଣ୍ଟରପୋଲ ସିଙ୍ଗାପୁରରୁ ମିଳିଥିବା ଗୁଇନ୍ଦା ସୂଚନା ଏବଂ ଗତ ବର୍ଷ ଅପରେଶନ କାର୍ବନ ସମୟରେ ମିଳିଥିବା ସୂଚନା ଆଧାରରେ ଏହି ଚଢଉ କରାଯାଇଛି।

ସର୍କୁଲେସନ ଅଫ ଚାଇଲ୍ଡ ସେକ୍ସୁଅଲ ଏକ୍ସପ୍ଲୋଟେସନ ମଟେରିଆଲ (ସିଏସଇଏମ)ର ଦୁଇ ମାମଲାରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭିନ୍ନ ଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ କଥିତ ରୂପେ ସିଏସଇଏମ ସେୟାର କରିବାରେ ଜଡିତ ଲୋକଙ୍କ ବାବଦରେ ପ୍ରାରମ୍ଭିକ ସୂଚନା ନ୍ୟୁଜିଲାଣ୍ଡ ଇଣ୍ଟରପୋଲରୁ ମିଳିଥିଲା।