ହାତ ଧରିଲେ ହରିଶଙ୍କର

ନିକଟରେ ଶଙ୍ଖ ଛାଡିଥିଲେ

ଭୁବନେଶ୍ୱର, ୧୪/୯: କଂଗ୍ରେସରେ ଯୋଗ ଦେଲେ ହରିଶଙ୍କର ରାଉତ। ନିକଟରେ ବିଜେଡି ଛାଡ଼ିଥିବା ଛାତ୍ର ନେତା ହରିଶଙ୍କର ରାଉତ କଂଗ୍ରେସରେ ମିଶିଛନ୍ତି। କେସି ବେଣୁଗୋପାଳ ଓ ଭକ୍ତଚରଣ ଦାସଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ବିଜେଡି ଛାଡ଼ିଥିଲେ ଛାତ୍ରନେତା ହରିଶଙ୍କର ରାଉତ। ନିକଟରେ ବିଜେଡ଼ିର ଛାତ୍ର ଓ ଯୁବ ସଭାପତି ଘୋଷଣା ହୋଇଥିଲା। ଯେଉଁଥିରେ ଆଶାୟୀ ହରିଶଙ୍କରଙ୍କୁ ସ୍ଥାନ ମିଳିନଥିଲା। ଏ ନେଇ ସେ ବିଜେଡ଼ି ଉପରେ ଅସନ୍ତୁଷ୍ଟ ଥିଲେ।