ଗୌହାଟୀ, ୧୪/୯: ଆସାମରେ ଆଜି ଭୂମିକମ୍ପ ହୋଇଛି। ଗୌହାଟୀରେ ଅପରାହ୍ନ ୪ଟା ୪୧ରେ ୫.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର ଝଟକା ଉତ୍ତର ବଙ୍ଗ ଏବଂ ପଡ଼ୋଶୀ ଭୁଟାନ ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ଉଦଲଗୁରି ଜିଲ୍ଲାରେ ଥିଲା ବୋଲି ସୂଚନା ମିଳିଛି। ଭୂମିକମ୍ପର ଗଭୀରତା ୫ କିଲୋମିଟର ଥିଲା।
ତେବେ ଏପର୍ଯ୍ୟନ୍ତ କୌଣସି ଆହତ କିମ୍ବା ସମ୍ପତ୍ତିର କ୍ଷତିର ରିପୋର୍ଟ ମିଳିନାହିଁ।
ମୁଖ୍ୟମନ୍ତ୍ରୀ ହିମନ୍ତ ଶର୍ମା କହିଛନ୍ତି ଯେ “କୌଣସି ବଡ଼ କ୍ଷୟକ୍ଷତି କିମ୍ବା ଜୀବନହାନିର କୌଣସି ରିପୋର୍ଟ ଆସିନାହିଁ” ଏବଂ ପ୍ରଶାସନ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିଛି।
ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ମଧ୍ୟ ଲୋକମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି।