ଦେବଦାସ ଛୋଟରାୟ ପାଇବେ ‘ଶାରଳା ପୁରସ୍କାର’

୨ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିବ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’

ଭୁବନେଶ୍ୱର, ୧୫/୯: ସୁଖ୍ୟାତ କବି ଓ କଥାକାର ଦେବଦାସ ଛୋଟରାୟ ପାଇବେ ଶାରଳା ପୁରସ୍କାର। ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ପାଇଁ ସମ୍ମାନଜନକ ଶାରଳା ପୁରସ୍କାର ପାଇବେ ଶ୍ରୀ ଛୋଟରାୟ।

ଆସନ୍ତା ଅକ୍ଟୋବର ୨୬ ତାରିଖରେ ସାରସ୍ବତ ସମାବେଶରେ ସମ୍ମାନିତ ହେବେ। ଶ୍ରୀ ଛୋଟରାୟଙ୍କୁ ସମ୍ମାନପତ୍ର ଓ ଫଳକ ସହ ୭ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।

ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତିବର୍ଷ ଇମ୍ପାକ୍ଟ ପକ୍ଷରୁ ଶାରଳା ପୁରସ୍କାର ଦିଆଯାଉଛି। ଏତଦବ୍ୟତୀତ ୨ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମିଳିବ ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’। ଚିତ୍ରଶିଳ୍ପୀ ବଳଦେବ ମହାରଥା, ସଙ୍ଗୀତଗୁରୁ ରାମହରି ଦାସ ପାଇବେ ଏହି ସମ୍ମାନଜନକ ପୁରସ୍କାର। ପୁରସ୍କାର ବାବଦକୁ ଉଭୟଙ୍କୁ ୨ ଲକ୍ଷ ୫୦ ହଜାର ଟଙ୍କା ଲେଖାଏଁ ମିଳିବ।