ମହିଳା ବିଶ୍ବକପ କ୍ରିକେଟ ଲଢ଼େଇ: ଭାରତର ପଲିସି ନୋ ହ୍ୟାଣ୍ଡସେକ

ଟସ୍‌ ପରେ ପରସ୍ପର ସହ ହ୍ୟାଣ୍ଡସେକ୍‌ କଲେନି ଇଣ୍ଡିଆ-ପାକ୍ କ୍ୟାପଟେନ୍‌

ମୁମ୍ବାଇ, ୫/୧୦: ଆଜି ଭାରତୀୟ ମହିଳା ଦଳ ଆଇସିସି ମହିଳା ବିଶ୍ୱକପ୍ ୨୦୨୫ର ଷଷ୍ଠ ମ୍ୟାଚ୍‌ରେ ପାକିସ୍ତାନୀ ମହିଳା ଦଳ ସହିତ ମୁକାବିଲା କରିବ। ଦୁଇ ଦଳ ମଧ୍ୟରେ ଏହି ରୋମାଞ୍ଚକର ମ୍ୟାଚ୍‌ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମ୍‌ରେ ଖେଳାଯାଉଛି। ପାକିସ୍ତାନୀ ମହିଳା ଦଳର ଅଧିନାୟକ ଫାତିମା ସାନା ଟସ୍‌ ଜିତି ଭାରତୀୟ ମହିଳା ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ତେବେ ଏହି ମ୍ୟାଚରେ ମଧ୍ୟ ପୂର୍ବ ପରି ଭାରତୀଯ ଟିମ୍ ନୋ ହ୍ୟାଣ୍ଡସେକ ପଲିସି ବଜାୟ ରଖିଛି। ଟସ୍‌ ସମୟରେ, ଉଭୟ ଦଳର ଅଧିନାୟକ ହାତ ମିଳାଇ ନଥିଲେ।

ଉଭୟ ଦଳ ଚଳିତ ଟୁର୍ଣ୍ଣାମେଣ୍ଟ୍‌ରେ ଗୋଟିଏ ଲେଖାଏଁ ମ୍ୟାଚ୍‌ ଖେଳିଛନ୍ତି। ଏହି ସମୟରେ, ଭାରତୀୟ ମହିଳା ଦଳ ଏହାର ମ୍ୟାଚ୍‌ ଜିତିଛି, ଯେତେବେଳେ ପାକିସ୍ତାନୀ ମହିଳା ଦଳ ପରାଜିତ ହୋଇଛି। ତେଣୁ ପ୍ରଥମ ପାଞ୍ଚଟି ମ୍ୟାଚ୍‌ ପରେ, ଭାରତୀୟ ମହିଳା ଦଳ ପଏଣ୍ଟ ଟେବୁଲ୍‌ରେ ଦୁଇ ପଏଣ୍ଟ (+୧.୨୫୫) ସହିତ ଚତୁର୍ଥ ସ୍ଥାନରେ ଅଛି। ପାକିସ୍ତାନୀ ମହିଳା ଦଳ ବିନା ପଏଣ୍ଟରେ (-୧.୬୨୩) ସହିତ ସପ୍ତମ ସ୍ଥାନରେ ଅଛି।