ବାଲଟିକ୍ ସାଗରରୁ ପ୍ରତି ଘଣ୍ଟାରେ ନିର୍ଗତ ହେଉଛି ୨୩ ହଜାର କିଲୋ ମିଥେନ

ନୂଆଦିଲ୍ଲୀ: ବାଲଟିକ ସାଗରରେ ପାଇପଲାଇନ ଛିଦ୍ର ହେବା ପରେ ରେକର୍ଡ ସ୍ତରରେ ମିଥେନ ଗ୍ୟାନସ ଲିକ୍ ହେଉଛି । ଏହାକୁ ନେଇ କେବଳ ପରିବେଶବିତ୍ ଚିନ୍ତିତ ନୁହନ୍ତି, ବରଂ ମିଳିତ ଜାତିସଂଘ ମଧ୍ୟ ଚିନ୍ତା ପ୍ରକଟ କରିଛି । ପ୍ରତି ଘଟଣାରେ ପ୍ରାୟ ୨୩ ହଜାର କିଲୋ ମିଥେନ ଗ୍ୟାସ ନିର୍ଗତ ହେଉଛି ।

ମିଳିତ ଜାତିସଂଘର ପରିବେଶ କାର୍ଯ୍ୟକ୍ରମ (ୟୁଏନଇପି) କହିଛି, ବାଲଟିକ୍ ସାଗର ତଳେ ନର୍ଡ ଷ୍ଟ୍ରିମ ପ୍ରାକୃତିକ ଗ୍ୟାସ ପାଇପଲାଇନ ସିଷ୍ଟମ ଭାଙ୍ଗିବା ଯୋଗୁଁ ପରିବେଶ ପାଇଁ କ୍ଷତିକାରକ ମିଥେନ ଲିକର ସବୁଠୁ ବଡ଼ ଘଟଣା ହେବାର ଆଶଙ୍କା ରହିଛି ।

ୟୁଏନଇପି ପାଇଁ ଆଇଏମଇଓର ମୁଖ୍ୟ ମ୍ୟାନଫ୍ରେଡୀ କେଲ୍ଟାଗିରୋନ ନ୍ୟୁଜ ଏଜେନ୍ସି ରୟଟର୍ସକୁ କହିଛନ୍ତି, ଏହା ବାସ୍ତବରେ ଏକ ବଡ଼ ବିପଦ । ଏହା ଆଜି ଯାଏଁ ସବୁଠୁ ବଡ଼ ଗ୍ୟାସ ଲିକ୍ ଘଟଣା ହୋଇପାରେ।