ବିଜେପିରେ ମିଶିବେ ଅମର ପଟ୍ଟନାୟକ!

ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ

ଭୁବନେଶ୍ଵର, ୦୩/୧୧: ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡ଼ିକୁ ଲାଗୁଛି ଗୋଟିଏ ପଟେ ଗୋଟିଏ ଶକ୍ତ ଧକ୍କା। ଗତ କିଛି ଦିନ ପୂର୍ବରୁ ନୂଆପଡ଼ା ପାଇଁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଦଳ ଛାଡିଥିବା ବେଳେ ଏବେ ପୁଣି ଆଉ ଜଣେ ବରିଷ୍ଠ ନେତାଙ୍କ ଦଳ ଛାଡ଼ିବା ନେଇ ଚର୍ଚ୍ଚା ହେଉଛି।

ବିଜେପିରେ ମିଶି ପାରନ୍ତି ବିଜେଡ଼ିର ବରିଷ୍ଠ ନେତା ଅମର ପଟ୍ଟନାୟକ। ଆଜି ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବରେ ଅମର ବିଜେପିରେ ମିଶି ପାରନ୍ତି। ରାଜ୍ୟ ସଭାପତି ମନମୋହନ ସାମଲ ଓ ପ୍ରଭାରୀଙ୍କ ଉପସ୍ଥିତିରେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। ବିଜେଡ଼ି ଛାଡ଼ି ତାଙ୍କ ସହ ନୂଆପଡ଼ାର ଅନେକ ନେତା ଓ କର୍ମୀ ମଧ୍ୟ ପଦ୍ମ ଧରି ପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଅମର ପଟ୍ଟନାୟକ ବିଜେଡ଼ିର ପୂର୍ବତନ ରାଜ୍ୟସଭା ସାଂସଦ। ତେବେ ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ବିଜେଡ଼ିକୁ ଏକ ଶକ୍ତ ଧକ୍କା ଦେବା। ଅମର ପଟ୍ଟନାୟକ ୨୦୧୮ ଅଗଷ୍ଟ ୨୯ରେ ବିଜେଡିରେ ଯୋଗ ଦେଇଥିଲେ। ୨୦୧୯ରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେ ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀ ମଧ୍ୟ।