ଟ୍ରେନ୍ ଧକ୍କାରେ ୬ ଶ୍ରଦ୍ଧାଳୁ ମୃତ
ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ବୁଧବାର ଦିନ ଉତ୍ତର ପ୍ରଦେଶର ମିର୍ଜାପୁର ଜିଲ୍ଲାର ଚୁନାର ରେଳ ଷ୍ଟେସନରେ ଘଟିଛି ବଡ ଟ୍ରେନ୍ ଦୁର୍ଘଟଣା। ସାମ୍ନା ପଟୁ ଆସୁଥିବା ଟ୍ରେନ ଧକ୍କାରେ ଛଅ ଜଣ ଶଦ୍ଧାଳୁ ପ୍ରାଣ ହରାଇଛନ୍ତି। ଚୋପନ ଏକ୍ସପ୍ରେସରୁ ଟ୍ରାକର ଭୁଲ ପାର୍ଶ୍ୱରେ ଓହ୍ଲାଇବା ସମୟରେ ବିପରୀତ ଦିଗରୁ ଆସୁଥିବା ନେତାଜୀ ଏକ୍ସପ୍ରେସ ସେମାନଙ୍କୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ସକାଳ ୯ଟା ୧୫ରେ ଘଟିଥିଲା।
“ଚୋପନ ଏକ୍ସପ୍ରେସ୍ ଚାରି ନମ୍ବର ପ୍ଲାଟଫର୍ମରେ ଅଟକିଥିଲା। କିଛି ଯାତ୍ରୀ ଫୁଟ୍ ଓଭରବ୍ରିଜ୍ ବ୍ୟବହାର କରିବା ପରିବର୍ତ୍ତେ ସିଧାସଳଖ ଟ୍ରାକ ଉପରେ ଓହ୍ଲାଇବାକୁ ଚେଷ୍ଟା କରିଥିଲେ। ଯାହା ଫଳରେ ବିପରୀତ ଦିଗରୁ ଆସୁଥିବା ଟ୍ରେନ୍ ସେମାନଙ୍କ ଉପରେ ଚଢ଼ି ଯାଇଥିଲା,” ବୋଲି ଏନସିଆର୍ ପ୍ରୟାଗରାଜ ଡିଭିଜନର ଜନସମ୍ପର୍କ ଅଧିକାରୀ ଅମିତ ସିଂହ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିବା ସହିତ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣା ସ୍ଥଳରେ NDRF ଓ SDRF ର ଦଳଗୁଡ଼ିକୁ ପଠାଯାଇଥିଲା। ମୃତକଙ୍କ ମଧ୍ୟରେ ସମସ୍ତେ ମହିଳା। ସେମାନେ ଗଙ୍ଗାରୁ ବୁଡ ପକାଇ ଫେରୁଥିଲେ।