ଭୁବନେଶ୍ଵର, ୧୦/୧୧: ନୂଆପଡ଼ା ଉପନିର୍ବାଚନ ପରେ ଆରମ୍ଭ ହେବ ଶୀତ ଅଧିବେଶନ। ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତକାଳୀନ ଅଧିବେଶନ। ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଏହି ଅଧିବେଶନରେ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୋହନ ଚରଣ ମାଝୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ।
ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଏଥର ବିଧାନସଭାର ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବାର ଯୋଜନା ଅଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ପୂରା କାର୍ଯ୍ୟକ୍ରମ ଆସିନାହିଁ, ଆସିବାର ସମ୍ଭାବନା ରହିଛିବୋଲି ମନ୍ତ୍ରୀ କହିଛନ୍ତି।
ତେବେ ରାଷ୍ଟ୍ରପତି ଯଦି ବିଧାନସଭାକୁ ଆସି ଅଧିବେଶନରେ ସମ୍ବୋଧିତ କରନ୍ତି, ତାହାଲେ ତାହା ଇତିହାସରେ ପ୍ରଥମ ଥର ହେବ।