ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ବରିଷ୍ଠ ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା । ତେବେ ଆତ୍ମହତ୍ୟାର କାରଣ କଣ ତାହା ଏଯାଏଁ ଅସ୍ପଷ୍ଟ ରହିଛି । ହେଲେ ରାଇମୋହନ ପରିଡାଙ୍କ ମୃତ୍ୟୁ ପରେ ପୁରା ଓଲିଉଡ ସ୍ତବ୍ଧ ହୋଇଯାଇଛି । ନିଜର ପ୍ରିୟ କଳାକାରଙ୍କୁ ହରାଇ ଶୋକରେ ବୁଡିଛି ଓଲିଉଡ ।

ଏହି ଘଟଣା ଜଣାପଡିବା ପରେ ତାଙ୍କ ବାସଭବନରେ କଳାକାରଙ୍କ ଭିଡ ଲାଗିଛି । ସୂଚନା ଅନୁସାରେ ଓଡିଆ ଇଣ୍ଡଷ୍ଟ୍ରିଜରେ ଜଣେ କଳାକାର ହିସାବରେ ଥିଲା ତାଙ୍କର ଖ୍ୟାତି । ବିଶେଷକରି ଜଣେ ଖଳନାୟକ ହିସାବରେ ସେ ଥିଲେ ଘରେ ଘରେ ପରିଚିତ ।