ପୂର୍ବତନ ଟ୍ରେଜେରି ଅଫିସର ଗିରଫ

୨ ବର୍ଷ ଧରି ଫେରାର ଥିଲେ, ଧରିଲା ଭିଜିଲାନ୍ସ

ଢେଙ୍କାନାଳ, ୨୨/୧୧: ସରକାରୀ ଟଙ୍କା ଆତ୍ମସାତ କରି ଗିରଫ ହେଲେ ବରିଷ୍ଠ କିରାଣି। ହିନ୍ଦୋଳ ପୂର୍ବତନ ଟ୍ରେଜେରି ଅଫିସର ମନୋରଞ୍ଜନ ସାହୁ ଗିରଫ ହୋଇଛନ୍ତି। ହିନ୍ଦୋଳ ସବ୍‌-ଟ୍ରେଜେରିର ପୂର୍ବତନ ବରିଷ୍ଠ କିରାଣି ଥିଲେ। ମନୋରଞ୍ଜନ। ୬୮.୮୫ ଲକ୍ଷ ଟଙ୍କା ଘୋଟାଲା କରି ନିଲମ୍ବିତ ହୋଇଥିଲେ ମନୋରଞ୍ଜନ। ଏହା ପରେ ଟଙ୍କା ଆତ୍ମସାତ ଅଭିଯୋଗରେ ପ୍ରାୟ ୨ ବର୍ଷ ପରେ ତାଙ୍କ ଗ୍ରାମ ସଦର ଥାନା ସାଇଁବିରି ଗ୍ରାମରୁ ଗିରଫ କରିଛି ଭିଜିଲାନ୍ସ।

ଭିଜିଲାନ୍ସରେ ମାମଲା ରହିଥିବାରୁ ଗତ ୨୦୨୪ରୁ ଫେରାର ଥିଲେ। ଭିଜିଲାନ୍ସ କୋର୍ଟରୁ ତାଙ୍କ ନାମରେ ରହିଥିଲା ଗିରଫ ୱାରେଣ୍ଟ।