ବଢିପାରେ ପେଟ୍ରୋଲ-ଡିଜେଲ୍ ଦାମ

ନୂଆଦିଲ୍ଲୀ: ତୈଳ ଉତ୍ପାଦନ ହ୍ରାସ କରିବାକୁ ବିଚାର ଚଳାଇଛି ତୈଳ ରପ୍ତାନକାରୀ ଦେଶର ସଂଗଠନ(ଓପେକ)। ପ୍ରତିଦିନ ଅଶୋଧିତ ତୈଳ ଉତ୍ପାଦନରେ ୨ ମିଲିୟନ(୨୦ ଲକ୍ଷ) ବ୍ୟାରେଲ୍ ହ୍ରାସ କରିବାକୁ ବିଚାର କରୁଛି ଏହି ସଂଗଠନ। ଯଦି ଏମିତି ହୁଏ ତେବେ ଭାରତ ସମେତ ଦୁନିଆର ଅନେକ ଦେଶରେ ପେଟ୍ରୋଲ-ଡିଜେଲ୍ ଦର ବୃଦ୍ଧି ଘଟିପାରେ।

ଓପେକ୍ ଦେଶର ଏପରି ବିଚାର ଭାରତ ପାଇଁ ବହୁତ ଗୁରୁତ୍ଵ ବହନ କରୁଛି। କାରଣ ଭାରତ ନିଜ ଆବଶ୍ୟକତାର ୭୦ ପ୍ରତିଶତ ତୈଳ ଦେଶରୁ ଆମଦାନୀ କରିଥାଏ। ଏମିତିରେ ଓପେକ ଦେଶ ତେଲ ଉତ୍ପାଦନ କମ କଲେ ଏଥିରେ ଭାରତ ପ୍ରଭାବିତ ହୋଇପାର। ଆଉ ଦେଶରେ ପେଟ୍ରୋଲ ଏବଂ ଡିଜେଲ୍ ଦର ବୃଦ୍ଧି ଘଟିପାରେ। ତେବେ ସଂପ୍ରତି ଭାରତ ଓପେକ ଦେଶଗୁଡିକରୁ କମ ତୈଳ ଆମଦାନୀ କରୁଛି। ଓପେକ ଦେଶ ଏହି ପଦକ୍ଷେପ ଉଠାଇବାକୁ ବିବଶ ଏଥିପାଇଁ  ହୋଇଛି କାରଣ ତେଲର ଚାହିଦା ଅପେକ୍ଷାକୃତ କମିଛି।