କିଲିପାଳ ବାଲିଘାଟରେ ରେଡ୍‌: ୪୦ରୁ ଉର୍ଦ୍ଧ୍ବ ହାଇୱା ଜବତ

ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଡିଆଇଜି ଓ ଏସ୍‌ପିଙ୍କ ତତ୍ତ୍ବାବଧାନରେ ଚଢ଼ାଉ

ରାଜ୍ୟରୁ ନିଶ୍ଚିହ୍ନ ହେବେ ଖଣି ଓ ବାଲି ମାଫିଆ: ଖଣି ମନ୍ତ୍ରୀ

ଜଗତସିଂହପୁର, ୨୬/୧୧: ଆକ୍ସନ ମୁଡରେ ଜଗତସିଂହପୁର ପ୍ରଶାସନ। ବେଆଇନ ବାଲି ଚୋରା ଚାଲାଣ ରୋକିବାକୁ ବଡ଼ ପଦକ୍ଷେପ ନେଇଛି ପ୍ରଶାସନ। ବାଲି ଚୋରା ଚାଲାଣ ରୋକିବାକୁ ପ୍ରଶାସନକୁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୋଡରେ ପ୍ରଶାସନ।

ମଙ୍ଗଳବାର ବିଳମ୍ବିତ ରାତିରୁ ଚାଲିଛି କଡା କଡ଼ି ଚେକିଂ। କିଲିପାଳ ଘାଟରୁ ବେଆଇନ ବାଲି ଚାଲାଣ ରୋକିବାକୁ ରେଡ୍‌ ହୋଇଛି। ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ଡିଆଇଜି ଓ ଏସ୍‌ପିଙ୍କ ତତ୍ତ୍ବାବଧାନରେ ଚଢ଼ାଉ ହୋଇଛି। ଯାଞ୍ଚ ବେଳେ ୪୦ରୁ ଉର୍ଦ୍ଧ୍ବ ଗାଡି ଜବଦ କରାଯାଇଛି। ୪୦ରୁ ଊର୍ଦ୍ଧ୍ବ ହାଇୱା, ଟ୍ରାକ୍ଟର ଅଟକ ରଖି ପ୍ରଶାସନ ଛାନଭିନ୍‌ ଆରମ୍ଭ କରିଛି।

“ଲଘୁ ଖଣିଜ ଚୋର, ଖଣି ଓ ବାଲି ମାଫିଆଙ୍କୁ ବରଦାସ୍ତ କରି ହେବନି। ସେମାନଙ୍କୁ ରାଜ୍ୟରୁ ନିଶ୍ଚିହ୍ନ କରାଯିବ। ବିଭିନ୍ନ ସ୍ଥାନରେ ଚଢାଉ କରି ଗାଡି ଜବତ କରାଯାଇଛି। ମାଫିଆଙ୍କୁ ଧରିବା ପାଇଁ କଡା ନିର୍ଦ୍ଦେଶ ଦିଆଯାଇଛି। ନୂଆ ଆଇନକୁ କଡାକଡି ଭାବେ ପାଳନ କରାଯାଉଛି। ରାଜ୍ୟ ସରକାରଙ୍କ ଆକ୍ସନ ଜାରି ରହିଛି ଓ ଆଗକୁ ମଧ୍ୟ ଜାରି ରହିବ” ବୋଲି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି।