ଭୁବନେଶ୍ୱର, ୧୬/୧୨: ମୃତ୍ୟୁ ହେଲେ କିମ୍ବା ଦୁଇଟି ସ୍ଥାନରେ ଭୋଟର ହେବା ପରେ ନାମ ବାଦ୍ ଦେବା, ୧୮ ବର୍ଷ ବୟସ ହେବା ପରେ ନାମ ଯୋଡିବା ଏବଂ ବାଛି ବାଛି ଅନୁପ୍ରବେଶକାରୀଙ୍କୁ ବାଦ୍ ଦେବା ହେଉଛି SIR। ଭୋଟର ତାଲିକାର ଶୁଦ୍ଧିକରଣ ଅତ୍ୟାବଶ୍ୟକ, କାରଣ ଦେଶର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚୟନ କରି ଦେଶକୁ ଅସୁରକ୍ଷିତ କରିବାକୁ ପ୍ରୟାସ କରୁଥିବା ଅନୁପ୍ରବେଶକାରୀ ଲଙ୍କୁ ରୋକିବା ନିମନ୍ତେ SIR ଜରୁରୀ। ଅନୁପ୍ରବେଶକାରୀ ଙ୍କୁ ଚିହ୍ନଟ କରିବା, ଭୋଟର ତାଲିକାରୁ ବାଦ୍ ଦେବା ଏବଂ ସେମାନଙ୍କୁ ଦେଶାନ୍ତର କରିବା ହେଉଛି ବିଜେପିର ସ୍ପଷ୍ଟ ନୀତି । ଅନ୍ୟପଟେ କଂଗ୍ରେସ ସମେତ ଇଣ୍ଡି ମେଣ୍ଟର ନେତୃବୃନ୍ଦ ବିବାଦୀୟ ବାୟାନବାଜି କରି ବିଭ୍ରାନ୍ତ କରୁଛନ୍ତି । SIR ପ୍ରସଙ୍ଗରେ ସତ୍ୟାସତ୍ୟ ଜାଣିବାର ଆବଶ୍ୟକତା ରହିଛି ବୋଲି ରାଜ୍ୟ ସମ୍ପାଦକ ଶ୍ରୀ ସରୋଜ କର କହିଛନ୍ତି ।
ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ତରଫରୁ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।
ଏହି କର୍ମଶାଳାରେ ରାଜ୍ୟ ସମ୍ପାଦକ ତଥା ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ପ୍ରଭାରୀ ଶ୍ରୀ ସରୋଜ କର, ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର, ପୂର୍ବତନ ମନ୍ତ୍ରୀ ଶ୍ରୀ ଅରବିନ୍ଦ ଢ଼ାଲି, ବରିଷ୍ଠ ନେତା ଶ୍ରୀ ଜଗନ୍ନାଥ ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲା ପଦାଧିକାରୀ, ମଣ୍ଡଳ ସଭାପତି, ଶକ୍ତିକେନ୍ଦ୍ର ସଭାପତି ମାନେ ଉପସ୍ଥିତ ଥିଲେ ।
ଏହାକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଗୃହ ମନ୍ତ୍ରୀ ଅମିତ ଶାହ ପାର୍ଲିଆମେଣ୍ଟରେ ଦେଇଥିବା SIR ବିବୃତି ଉପରେ ଆଲୋଚନା ହୋଇଥିଲା।
ଆସନ୍ତା କାଲି ଜିଲ୍ଲାର ସମସ୍ତ ମଣ୍ଡଳରେ SIR ଉପରେ କର୍ମଶାଳା ଅନୁଷ୍ଠିତ ହେବ ବୋଲି ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।