ଏମ୍.ଜି.ଏମ୍.ସ୍ପିରିଟ୍ କାରଖାନାରେ ଦୁର୍ଘଟଣା

ସୁରକ୍ଷାରେ ତ୍ରୁଟି!

ବୌଦ୍ଧ, ୨୫/୧୨: ଆଜି ସନ୍ଧ୍ୟା ସମୟରେ ବୌଦ୍ଧ ଜିଲ୍ଲା କରଡ଼ି ନିକଟରେ ନିର୍ମାଣାଧୀନ ସ୍ପିରିଟ କାରଖାନାରେ ବିନା ସୁରକ୍ଷା ବ୍ୟବସ୍ଥା ରେ ୪୦ଫୁଟ ଉପରେ ଚଢ଼ି ଚିମିନିରେ କାର୍ଯ୍ୟ କରୁଥିବାବେଳେ ରାଜ୍ୟ ବାହାର ଶ୍ରମିକ ଦିନେଶ ଯାଦବ ତଳକୁ ଖସିପଡି ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ସାଥୀ ଶ୍ରମିକ ମାନେ ଦିନେଶ ଙ୍କୁ ଉଦ୍ଧାର କରିଥିଲେ ଏବଂ ବାୈଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇଥିଲେ । ଦୁର୍ଘଟଣାରେ ତାଙ୍କର ହାତଗୋଡ଼ ଭାଙ୍ଗି ବା ସହିତ ମୁଣ୍ଡ ରେ ମଧ୍ୟ ଆଘାତ ଲାଗିଛି । ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଭୀମସାର୍ କୁ ସ୍ଥାନାନ୍ତରିତ କରାଯାଇଛି। ଏସମ୍ପର୍କରେ କାରଖାନା କତ୍ତୃପକ୍ଷ ସୂଚନା ଦେଇନଥିବା ବେଳେ ଜିଲ୍ଲା ଶ୍ରମ ଅଧିକାରିଣୀ ଶ୍ରମିକକାର୍ଡ ରେ ବ୍ୟସ୍ତ ରହୁଥିବାବେଳେ କାର୍ଯ୍ୟସ୍ଥଳ ରେ ଶ୍ରମିକଙ୍କ ସୁରକ୍ଷା ବୁଝିବ କିଏ ?