ଭୁବନେଶ୍ୱର, ୩୧/୧୨: ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ଵରେ ଥିବା ମନୋଜ ଆହୁଜାଙ୍କ ଠାରୁ ଆଜି ଦାୟିତ୍ୱ ନେବେ ଅନୁ ଗର୍ଗ।
ଆଜି ଅପରାହ୍ଣରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ନେବେ ଅନୁ ଗର୍ଗ। ଲୋକସେବା ଭବନରେ ମନୋଜ ଆହୁଜାଙ୍କଠାରୁ ନେବେ ଦାୟିତ୍ଵ। ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ। ୧୯୯୧ ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ଅନୁ ଗର୍ଗ। ୨୦୨୯ ମାର୍ଚ୍ଚ ପର୍ଯ୍ୟନ୍ତ ରହିବ ଅନୁ ଗର୍ଗଙ୍କ କାର୍ଯ୍ୟକାଳ।