୨୦୨୬ରେ ଭାରତ-ପାକ୍ ମଧ୍ୟରେ ଭୟାନକ ଯୁଦ୍ଧ!
ଆମେରିକା ଥିଙ୍କ ଟ୍ୟାଙ୍କର ଚେତାବନୀ
ଅସ୍ତ୍ରଶସ୍ତ୍ର କିଣାରେ ବ୍ୟସ୍ତ ଉଭୟ ଦେଶ
ୱାଶିଂଟନ ଡିସି, ୩୧/୧୨: ଆମେରିକାର ଥିଙ୍କ ଟ୍ୟାଙ୍କ Council on Foreign Relations (CFR) ର ଡିସେମ୍ବର ୨୦୨୫ରେ ପ୍ରକାଶିତ “Conflicts to Watch in 2026” ରିପୋର୍ଟ (Preventive Priorities Survey ଉପରେ ଆଧାରିତ)ରେ ଭାରତ ଓ ପାକିସ୍ତାନ ଯୁଦ୍ଧ ସମ୍ପର୍କରେ ପ୍ରକାଶ ପାଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ସଶସ୍ତ୍ର ସଂଘର୍ଷର ସମ୍ଭାବନା ରହିଛି ବୋଲି ଚେତାବନୀ ଦିଆଯାଇଛି।
ଏହି ରିପୋର୍ଟ ଆମେରିକୀୟ ବୈଦେଶିକ ନୀତି ବିଶେଷଜ୍ଞମାନଙ୍କ ସର୍ଭେରୁ ପ୍ରସ୍ତୁତ ହୋଇଛି ଏବଂ ଏହାକୁ Tier II କଣ୍ଟିଞ୍ଜେନ୍ସି ଭାବେ ବର୍ଗୀକୃତ କରାଯାଇଛି – ଅର୍ଥାତ୍ ଯୁଦ୍ଧ ହେବାର ସମ୍ଭାବନା ମଧ୍ୟମ। କିନ୍ତୁ ଯୁଦ୍ଧ ହେଲେ ତାହା ଆମେରିକାର ଉପରେ ଗଭୀର ପ୍ରଭାବ ପକାଇବ।
ଯୁଦ୍ଧ ହେବାର ମୁଖ୍ୟ କାରଣଗୁଡ଼ିକ:
କାଶ୍ମୀରରେ ଆତଙ୍କବାଦ ବୃଦ୍ଧି: ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ, କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପର ବୃଦ୍ଧି ଏବଂ ସୁରକ୍ଷା ବ୍ୟବସ୍ଥା ଯୋଗୁଁ ଟେନସନ୍ ବଢ଼ିପାରେ। ସକ୍ରିୟ ଆତଙ୍କବାଦୀଙ୍କୁ ନେଇ ଏହି ଯୁଦ୍ଧ ହେବାର ଅନେକ ସମ୍ଭାବନା ଅଛି। କାରଣ ଜମ୍ମୁ କ୍ଷେତ୍ରରେ ଏବେ ୩୦ରୁ ଅଧିକ ପାକିସ୍ତାନ ଆତଙ୍କବାଦୀ ସକ୍ରିୟ ଅଛନ୍ତି।
ଉଭୟ ଦେଶର ସାମରିକ ଆଧୁନିକୀକରଣ: ଭାରତ ଡ୍ରୋନ୍, ଏୟାର-ଟୁ-ଏୟାର ମିସାଇଲ୍ ଓ ଗାଇଡେଡ୍ ବମ୍ କିଣିବା ପାଇଁ ପ୍ରାୟ ୭୯,୦୦୦ କୋଟି ଟଙ୍କାର ପ୍ୟାକେଜ୍ ଅନୁମୋଦନ କରିଛି।
ପାକିସ୍ତାନ ଚୀନ୍ ଓ ତୁର୍କୀରୁ ଡ୍ରୋନ୍ ଓ ଏୟାର ଡିଫେନ୍ସ ସିଷ୍ଟମ୍ କିଣିବାକୁ ଆଲୋଚନା କରୁଛି।
ଅନ୍ୟାନ୍ୟ ଫ୍ୟାକ୍ଟର: ପାକିସ୍ତାନର ନେତାମାନଙ୍କ ପ୍ରରୋଚକ ବୟାନ ଏବଂ ଦୁଇ ଦେଶର ରାଜନୈତିକ ଅସ୍ଥିରତା ଟେନସନ୍ ବଢ଼ାଇପାରେ।
ରିପୋର୍ଟରେ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ମଧ୍ୟ ସଂଘର୍ଷ ହେବାରୁ ସମ୍ଭାବନା ରହିଛି ବୋଲି ଚେତାବନୀ ଦିଆଯାଇଛି। କ୍ରସ୍-ବର୍ଡର ମିଲିଟାଣ୍ଟ ଆକ୍ରମଣ ଯୋଗୁଁ ଆମେରିକା ଉପରେ ପ୍ରଭାବ କମ୍ ପଡ଼ିବ।
ରିପୋର୍ଟରେ କୁହାଯାଇଛି ଯେ, ବିଶ୍ୱ ଅଧିକ ହିଂସାତ୍ମକ ହେଉଛି ଏବଂ ୨୦୨୬ରେ ଅନେକ ସଂଘର୍ଷ ବଢ଼ିପାରେ। ଦୁଇ ପରମାଣୁ ଶକ୍ତିଶାଳୀ ଦେଶ ହେବାରୁ ଭାରତ-ପାକିସ୍ତାନ ଟେନସନ୍ ବିଶ୍ୱ ପାଇଁ ବଡ଼ ଚିନ୍ତାର ବିଷୟ।