ବନ୍ଧା ହେଲେ କୁବେର ତହସିଲଦାର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର, ୩୧/୧୨: ବାରଙ୍ଗର ଅତିରିକ୍ତ ତହସିଲଦାର ଜିତେନ୍ଦ୍ର କୁମାର ପଣ୍ଡାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅତିରିକ୍ତ ତହସିଲଦାର ଗିରଫ ହୋଇଛନ୍ତି।

ଗତ କାଲି ତାଙ୍କ ସମ୍ପତ୍ତି ଉପରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଚଢ଼ାଉ ବେଳେ ତାଙ୍କ ନିକଟରୁ ଅମାପ ସମ୍ପତ୍ତି ଠାବ ହୋଇଥିଲା।

ତଲାସୀ ବେଳେ ତାଙ୍କ ପାଖରେ ଭୁବନେଶ୍ୱରରେ ଦୁଇଟି ବହୁତଳ କୋଠା, ଭୁବନେଶ୍ୱରର ଉତ୍ତରାରେ ଗୋଟିଏ ୨ BHK ଫ୍ଲାଟ୍ ଏବଂ ଖୋର୍ଦ୍ଧାରେ ଗୋଟିଏ କୋଠା, ୪ଟି ଉଚ୍ଚ ମୂଲ୍ୟର ପ୍ଲଟ୍, ପ୍ରାୟ ୫୬୦ ଗ୍ରାମ ସୁନା, ଜମା ୩୬.୯୭ ଲକ୍ଷ ଟଙ୍କା, ନଗଦ ୭୩.୬୬ ଲକ୍ଷ ଟଙ୍କା, ଗୋଟିଏ ଚାରି ଚକିଆ ଯାନ ଇତ୍ୟାଦି ମିଳିଥିଲା। ଯାହାର ସେ ସନ୍ତୋଷଜନକ ହିସାବ ଦେଇ ପାରିନଥିଲେ।