ବର୍ଷ ଆରମ୍ଭରୁ ବଡ଼ ଅଘଟଣ

ନୂଆବର୍ଷ ପାର୍ଟିରେ ଭୟଙ୍କର ବ୍ଲାଷ୍ଟ, ଅନେକ ମୃତ

ସ୍ୱିଜରଲ୍ୟାଣ୍ଡ, ୦୧/୦୧: ବର୍ଷ ଆରମ୍ଭରୁ ସେଲିବ୍ରେସନ ବେଳେ ଘଟିଲା ବଡ଼ ଅଘଟଣ। ନୂଆବର୍ଷ ପାର୍ଟିରେ ଭୟଙ୍କର ବ୍ଲାଷ୍ଟ। ଚାହୁଁ ଚାହୁଁ ଜଳିଗଲେ ଅନେକ ଲୋକ। ଅନେକ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସ୍ୱିଜରଲ୍ୟାଣ୍ଡର ପ୍ରସିଦ୍ଧ ଆଲପାଇନ୍ ସ୍କି ରିସର୍ଟ ସହର କ୍ରାନ୍ସ ମୋଣ୍ଟାନାରେ ନୂଆବର୍ଷ ପାଳନ ସମୟରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ଅନେକ ଲୋକଙ୍କର ମୃତ୍ୟୁ ହେବା ସହ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ରାଜଧାନୀ ବର୍ନରୁ ଦୁଇ ଘଣ୍ଟା ଦୂରରେ ଥିବା ଏହି ସହରରେ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ସ୍ୱିସ୍ ପୋଲିସ କହିଛି ଯେ ଏକ ରିସର୍ଟ ବାରରେ ବିସ୍ଫୋରଣରେ ଅନେକ ଲୋକ ପ୍ରାଣ ହରାଇଛନ୍ତି ଏବଂ ଅନେକ ଆହତ ହୋଇଛନ୍ତି। ଦକ୍ଷିଣ-ପଶ୍ଚିମ ସ୍ୱିଜରଲ୍ୟାଣ୍ଡର ଭାଲାଇସ୍ କାଣ୍ଟନ୍‌ର ପୋଲିସ ମୁଖପାତ୍ର ଗାଏଟାନ୍ ଲାଥିଓନ୍ କହିଛନ୍ତି ଯେ, ବିସ୍ଫୋରଣର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି। ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେତେକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଘଟଣାସ୍ଥଳ ଏବଂ ଆଖପାଖ ଅଞ୍ଚଳକୁ ସିଲ୍ କରାଯାଇଛି।