ଭୁବନେଶ୍ୱର, ୦୭/୦୧: ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା। ଏ ନେଇ ସୂଚନା ଦେଇଛନ୍ତି ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ। ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକ ପରେ ସୂଚନା ଦେଇଛନ୍ତି ଶ୍ରୀଯୁକ୍ତ କଲ୍ୟାଣ।
ଜନଗଣନା ନେଇ ଲୋକସେବା ଭବନରେ ଗୁରୁତ୍ବପୁର୍ଣ ବୈଠକ ବସିଥିଲା। ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।
ଶ୍ରୀଯୁକ୍ତ କଲ୍ୟାଣ କହିଛନ୍ତି, “୨୦୨୭ ଫେବୃଆରୀରେ ହେବ ଦ୍ଵିତୀୟ ପର୍ଯ୍ୟାୟ ଜନଗଣନା। ପ୍ରଥମ ପର୍ଯ୍ୟାୟରେ ଘର ଓ ଆସବାବପତ୍ର ଗଣନା ହେବ। ଦ୍ଵିତୀୟ ପର୍ଯ୍ୟାୟରେ ଘରକୁ ଘର ବୁଲି ହେବ ଜନଗଣନା। ନିଯୁକ୍ତ ହେବେ ଲକ୍ଷାଧିକ ଜନଗଣନା ଅଧିକାରୀ। ଜଣେ ଚାହିଁଲେ ନିଜ ତଥ୍ୟ ୱେବସାଇଟରେ ପଞ୍ଜିକୃତ କରିପାରିବେ।”