ଉଜବେକିସ୍ତାନ, ୦୭/୦୧: ଉଜବେକିସ୍ତାନରେ ଫସିଛନ୍ତି ଓଡ଼ିଆଙ୍କ ସମେତ ଅନେକ ଭାରତୀୟ ଇଞ୍ଜିନିୟର ଓ ଶ୍ରମିକ। ଉଜବେକିସ୍ତାନର ଆଙ୍ଗିୟୁଲରେ ଫସିଛନ୍ତି ପ୍ରାୟ ୧୫୦୦ ରୁ ଉର୍ଦ୍ଧ୍ବ ଭାରତୀୟ।
ଫସିଥିବା ଭାରତୀୟଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଓ ଦିଗପହଣ୍ଡିର ଅନେକ ଇଞ୍ଜିନିୟର ଓ ଶ୍ରମିକ।
ଏଣ୍ଟର ଇଂଜିନିୟର କମ୍ପାନୀରେ ଏମାନେ କାମ କରୁଛନ୍ତି । କିନ୍ତୁ ଦରମା ନ ଦେବାରୁ ଗତ ୫ ଦିନ ଧରି କମ୍ପାନୀ ସାମନାରେ ଆନ୍ଦୋଳନ କରୁଛନ୍ତି। ୧୫ ଶହରୁ ଅଧିକ ଭାରତୀୟ ଥିବା ବେଳେ ୬ ଶହରୁ ଅଧିକ କେବଳ ଓଡ଼ିଆ ରହିଛନ୍ତି।
ଅଭିଯୋଗ ଅନୁସାରେ କମ୍ପାନି ପ୍ରତିଶ୍ରୁତି ମୁତାବକ ଦରମା ଓ ଆନୁସଙ୍ଗିକ ବ୍ୟବସ୍ଥା ଦେଇନି। ଗତ ୪ ମାସ ହେଲାଣି ଦରମା ମିଳିନାହିଁ। ଯାହା ଫଳରେ ସାଧାରଣ ଭାବେ ଚଳିବାକୁ ଅନେକ ଅସୁବିଧାର ସାମ୍ନା କରୁଛନ୍ତି ଏମାନେ। ତେଣୁ ସେମାନଙ୍କୁ ଫେରାଇ ଆଣିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଭିଡ଼ିଓ ମାଧ୍ୟମରେ ଅନୁରୋଧ କରିଛନ୍ତି।