ଆରଏସପିରେ କର୍ମଚାରୀଙ୍କ ଜୀବନସାଥିଙ୍କ ନିମନ୍ତେ କାରଖାନା ଗସ୍ତ କାର୍ଯ୍ୟକ୍ରମ ଆୟୋଜିତ
ସୁରକ୍ଷା ନିୟମ ଏବଂ ମାନକର ଅନୁପାଳନ ନିମନ୍ତେ ଉତ୍ସାହିତ କରିବାକୁ ଅନୁରୋଧ
ଭୁବନେଶ୍ୱର, ୧୦/୦୧: ମାନବ ସମ୍ବଳ ପ୍ରୟାସର ଅଂଶ ସ୍ଵରୂପ ରାଉରକେଲା ଇସ୍ପାତ କାରଖାନା (ଆରଏସପି) ଦ୍ବାରା କର୍ମଚାରୀମାନଙ୍କ ଜୀବନସାଥିଙ୍କ ପାଇଁ ‘ପ୍ରଗତିର ସାଥୀ’ କାରଖାନା ପରିଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା I ପ୍ରଭାବଶାଳୀ ପ୍ରଗତିର ସହଯାତ୍ରୀ ହେବା ନିମନ୍ତେ କାରଖାନାର କାର୍ଯ୍ୟଧାରା ଓ କାର୍ଯ୍ୟ ନିୟମାବଳୀ ବିଷୟରେ ସେମାନଙ୍କୁ ସଚେତନ କରାଇବା ଏହି ଗସ୍ତ କାର୍ଯ୍ୟକ୍ରମର ଲକ୍ଷ୍ୟ ରହିଥିଲା।
ଏହି ପ୍ରୟାସ ଅଧୀନରେ ଷ୍ଟିଲ ମେଣ୍ଟିଂ ସପ୍-୨, କାକ୍ଲିଙ୍ଗ ପ୍ଲାଣ୍ଟ-୨ ଓ ଅଗ୍ନି ସେବା ବିଭାଗର ୨୦ ଜଣ କର୍ମଚାରୀଙ୍କ ସହଧର୍ମିଣୀଙ୍କୁ ଜାନୁୟାରୀ ୦୭ ତାରିଖ ଦିନ, କଞ୍ଚା ମାଲ ପରିଚାଳନା ବିଭାଗ, ବ୍ଲାଷ୍ଟ ଫଣ୍ଡେସ-୫, ଷ୍ଟିଲ ମେଲିଂ ସପ୍-୨, ନୂତନ ପ୍ଲେଟ ମିଲ, ହଟ ସ୍କ୍ରିପ ମିଲ ୨ ଏବଂ ଅଗ୍ନି ସେବା ବିଭାଗ ପରିଦର୍ଶନରେ ନିଆଯାଇଥିଲା । ମାନବ ସମ୍ବଳ ବିଭାଗର ନିର୍ବାହୀ ନିର୍ଦ୍ଦେଶକଙ୍କ କାର୍ଯ୍ୟଳୟର ସମାଧାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହାର ସ୍ବାଗତ କାର୍ଯ୍ୟକ୍ରମରେ ଏଚଆର – ଆରଏମ ଆଣ୍ଡ ଟି ବିଭାଗର ଏଜିଏମ ଶ୍ରୀ ଦେବାଶିଷ ପଟ୍ଟନାୟକ ଅଧକ୍ଷତା କରିଥିଲେ ।
ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ପରିଦର୍ଶକମାନଙ୍କୁ କାରଖାନାର ସାମଗ୍ରିକ ଚିତ୍ର ଏବଂ ସୁରକ୍ଷା ଉପରେ ଭିଡିଓ ଦେଖାଯାଇଥିଲା। ମତ ବିନିମୟ ଅବସରରେ ବରିଷ୍ଠ ଅଧିକାରୀମାନେ ପରିଦର୍ଶକମାନଙ୍କୁ ସେମାନଙ୍କର ଅକୁଣ୍ଠ ସହଯୋଗ ପାଇଁ କୃତଜ୍ଞତା ଜଣାଇବା ସହ କାରଖାନାର ଅଗ୍ରଗତିର ପ୍ରମୁଖ ଅଂଶୀଦାର ଭାବରେ ବର୍ଣ୍ଣନା କରିଥିଲେ । ସେମାନଙ୍କର ଜୀବନସାଥିଙ୍କୁ ସୁରକ୍ଷା ନିୟମ ଏବଂ ମାନକର ଅନୁପାଳନ ନିମନ୍ତେ ଉତ୍ସାହିତ କରିବାକୁ ବରିଷ୍ଠ ଅଧିକାରୀମାନେ ସେମାନଙ୍କୁ ଅନୁରୋଧ କରିଥିଲେ । ଏହି ପରିଦର୍ଶନ ସମୟରେ ଅତିଥୁମାନଙ୍କୁ କଞ୍ଚାମାଲ ଠାରୁ ଆରମ୍ଭ କରି ଚୁଡାନ୍ତ ସାମଗ୍ରୀ ତିଆରି ପର୍ଯ୍ୟନ୍ତ ସଂପୂର୍ଣ୍ଣ ଇସ୍ପାତ ଉତ୍ପାଦନ ପ୍ରକ୍ରିୟା ବିଷୟରେ ସଂକ୍ଷିପ୍ତ ସୂଚନା ଦିଆଯାଇଥିଲା ।
ମାନବ ସମ୍ବଳ ବିଭାଗର ସିନିୟର ମ୍ୟାନେଜର ଶ୍ରୀ ସଙ୍ଗୀତା ସିନ୍ଦୁର ସଂପୃକ୍ତ ବିଭାଗୀୟ ଦଳଙ୍କ ସହଯୋଗରେ ଏହି ଗସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।