ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ୍ ବୁଧବାର ରେଳବାଇ କର୍ମଚାରୀଙ୍କ ବୋନସରେ ମୋହର ମାରିଛନ୍ତି । ସରକାର ଅଣଗେଜେଟେଡ(ଆରପିଏଫ ଓ ଆରପିଏସଏଫଙ୍କୁଛାଡି) ରେଳବାଇ କର୍ମଚାରୀଙ୍କୁ ୭୮ ଦିନର ବେତନ ତୁଲ୍ୟ ବୋନସ (ପିଏଲବି)ରେ ପ୍ରଦାନ ନିମନ୍ତେ କ୍ୟାବିନେଟ୍ ସହମତି ଦେଇଛନ୍ତି। କର୍ମଚାରୀଙ୍କୁ ଏହି ବୋନସ ଦେବା ଲାଗି ରେଳବାଇଙ୍କ ଉପରେ ୧୮୩୨.୦୯କୋଟି ଟଙ୍କାର ଭାର ପଡିବ।
ଯୋଗ୍ୟ ରେଳବାଇ କର୍ମଚାରୀଙ୍କୁ ବୋନସ ଆକାରରେ ମାସ ପିଛା ୭ହଜାର ଟଙ୍କା ଦିଆଯାଉଛି। ୭୮ ଦିନ ହିସାବରେ କର୍ମଚାରୀଙ୍କୁ ବୋନସ ରାଶି ଆକାରରେ ୧୭,୯୫୧ ଟଙ୍କା ପ୍ରଦାନ କରାଯିବ। କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିବା ବେଳେ ୧୧.୨୭ ଲକ୍ଷ ଅଣଗେଜେଟେଡ ରେଳବାଇ କର୍ମଚାରୀଙ୍କୁ ପିଏଲବି ରାଶି ପୈଠ କରିଦିଆଯାଇଥିବା କହିଛନ୍ତି।