ଆପର ଗୁଜରାଟ ସଂଯୋଜକ ଗୋପାଲ ଇଟାଲିଆଙ୍କୁ ଦିଲ୍ଲୀ ପୋଲିସ ନିଜ ହେପାଜତକୁ ନେଇଛି । ଦିଲ୍ଲୀ ପୋଲିସ ଗୋପାଲ ଇଟାଲିଆଙ୍କୁ ସରିତା ବିହାର ଥାନାକୁ ନେଇଥିବା ସୂଚନା ମିଳିଛି । ରାଷ୍ଟ୍ରୀୟ ମହିଳା ଅୟୋଗ ଭାଇରାଲ ଭିଡିଓକୁ ପାଥେୟ କରି ତାଙ୍କୁ ସମନ ଜାରି କରିବା ସହ ପଚରାଉଚରା ପାଇଁ ଡକାଇଥିଲା । ତେବେ ଏହିଠାରୁ ହିଁ ତାଙ୍କୁ ପୋଲିସ ହେପାଜତକୁ ନେଇଛି ।
ଗୋପାଲଙ୍କ ଆଉ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ ଦେଉଛନ୍ତି । ଏହି ଘଟଣା ସାମ୍ନାକୁ ଆସିବା ପରେ ବିଜେପି ଲଗାତର ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ ଜେଜ୍ରିୱାଲଙ୍କୁ ଟାର୍ଗେଟ କରିଥିଲା ।