ଅଭିନେତା କମାଲ ଖାନ୍ ଗିରଫ

ଆଜି କୋର୍ଟ ଚାଲାଣ

ମୁମ୍ବାଇ, ୨୪/୦୧: ମୁମ୍ବାଇ ପୋଲିସ ନିକଟରେ ଓଶିୱାରା ଗୁଳିକାଣ୍ଡ ଘଟଣାରେ ପଚରାଉଚରା କରିବା ପରେ ବଲିଉଡ଼ ଅଭିନେତା କମଲ ଆର ଖାନଙ୍କୁ ଗିରଫ କରିଛି। ଜଣେ ବରିଷ୍ଠ ଅଧିକାରୀ ପୂର୍ବରୁ କହିଥିଲେ ଯେ ଅଭିନେତାଙ୍କୁ ପ୍ରଥମେ ପୋଲିସ ହେପାଜତକୁ ନିଆଯାଇନଥିଲା। କିନ୍ତୁ ଏହି ଗୁଳିକାଣ୍ଡ ଘଟଣାରେ ପଚରାଉଚରା ପରେ ତାଙ୍କୁ ଏବେ ଗିରଫ କରାଯାଇଛି। କମାଲଙ୍କ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରୁ ଗୁଳି ମାଡ଼ ହୋଇଥିଲା।

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ରବିବାର ରାତିରେ ପଶ୍ଚିମ ମୁମ୍ବାଇର ଓଶିୱାରାରେ ଏକ ଆବାସିକ କୋଠାର ଭିନ୍ନ ଭିନ୍ନ ଫ୍ଲାଟରୁ ଦୁଇଟି ଗୁଳି ଉଦ୍ଧାର କରାଯାଇଛି। ପୋଲିସର ସୂଚନା ଅନୁଯାୟୀ, ନାଳନ୍ଦା ଆପାର୍ଟମେଣ୍ଟର ଦ୍ୱିତୀୟ ମହଲା ଫ୍ଲାଟରୁ ଗୋଟିଏ ଗୁଳି ଏବଂ ଚତୁର୍ଥ ମହଲା ଫ୍ଲାଟରୁ ଆଉ ଗୋଟିଏ ଗୁଳି ମିଳିଛି। ସ୍ଥାନୀୟ ପୋଲିସ ଏବଂ କ୍ରାଇମବ୍ରାଞ୍ଚ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଫ୍ଲାଟ ଭିତରକୁ କିପରି ଗୁଳି ଆସିଲା ତାହା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛନ୍ତି।

ଗତ ରବିବାର ଦିନ, ମୁମ୍ବାଇର ଓଶିୱାରାର ନାଳନ୍ଦା ସୋସାଇଟି ନିକଟରେ ଏକ ଗୁଳିକାଣ୍ଡ ଘଟିଥିଲା। ଏହି ଘଟଣା ପରେ, ଏକ ପୋଲିସ ଟିମ୍ ଏବଂ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସେହି ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାରେ ଲେଖକ-ନିର୍ଦ୍ଦେଶକ ନୀରଜ କୁମାର ମିଶ୍ର (୪୫) ଓ ମଡେଲ ପ୍ରତୀକ ବୈଦ (୨୯) ଚତୁର୍ଥ ମହଲାରେ ରୁହନ୍ତି।

କମଲ ଆର. ଖାନ (କେଆରକେ) ଜଣେ ଅଭିନେତା, ପ୍ରଯୋଜକ, ଲେଖକ ଏବଂ ଇଣ୍ଟରନେଟ୍ ସମାଲୋଚକ, ଯିଏ ବଲିଉଡକୁ ନେଇ ସୋସିଆଲ ମିଡିଆରେ ଅନେକ ବିବାଦୀୟ ମନ୍ତବ୍ୟ ଦିଅନ୍ତି। ସେ ମୁଖ୍ୟତଃ YouTube ଏବଂ X ରେ ଜଣେ ଆତ୍ମଘୋଷିତ ଚଳଚ୍ଚିତ୍ର ସମାଲୋଚକ ଭାବରେ ଜଣାଶୁଣା।