ଏକ ହେବେ ବିଜେଡ଼ି-କଂଗ୍ରେସ?

ହେବ ବଡ଼ ଡିଲ୍!

ଭୁବନେଶ୍ୱର, ୨୮/୦୧: ଆସନ୍ତା ଏପ୍ରିଲରେ ସରିବାକୁ ଯାଉଛି ଓଡ଼ିଶାର ୪ ରାଜ୍ୟସଭା ସାଂସଦଙ୍କ କାର୍ଯ୍ୟକାଳ। ଏହା ପୂର୍ବରୁ ଚତୁର୍ଥ ସିଟ୍ ପାଇଁ ଚାଲିଛି ପ୍ରତିଯୋଗିତା। ପୂର୍ବରୁ ବିଜେପି ବିଧାୟକ ବାବୁ ସିଂ ଚତୁର୍ଥ ସିଟ୍ ପାଇଁ ବିଜେପି ଦାବିଦାର ବୋଲି କହିଥିବା ବେଳେ ଆଜି ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସ ନବୀନଙ୍କ ସମର୍ଥନ ଲୋଡିଛନ୍ତି। ନବୀନ ଚାହିଁଲେ ଚତୁର୍ଥ ସିଟ୍ ବିରୋଧୀ ଦଳକୁ ଆସିପାରେ ବୋଲି ଭକ୍ତ କହିଛନ୍ତି।

ଭକ୍ତ କହିଛନ୍ତି, “ମୁଁ ନବୀନଙ୍କୁ ସମୟ ମାଗିଛି ମିଶିକି ଆଲୋଚନା କରିବା ପାଇଁ। ଫେବ୍ରୁଆରୀ ପ୍ରଥମ ସପ୍ତାହରେ ଆଲୋଚନା ପାଇଁ ସମୟ ମାଗିଛି। ବିଜେଡି ବିରୋଧୀଦଳ, ଆମେ ବି ବିରୋଧୀଦଳ। ୨ ଦଳ ମିଶିଲେ ଗୋଟିଏ ପ୍ରାର୍ଥୀ ଜିତି ପାରିବେ। ଆମେ ପ୍ରାର୍ଥୀ ଦେଲେ ସେମାନେ ସମର୍ଥନ କରିବେ କି ନାହିଁ। ସେମାନେ ପ୍ରାର୍ଥୀ ଦେଲେ ଆମର ସମର୍ଥନ ମିଳିବ କି ନାହିଁ। ଦୁଇ ଦଳ ଭିତରେ ସେ ରାଜନୈତିକ ତାଳମେଳ ନାହିଁ। ଯଦି ପ୍ରତିଭାବାନ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯାଏ ତାହେଲେ ସପକ୍ଷରେ ଯିବୁ।