କଳାପାଣି ସେଲୁଲାର ଜେଲ ଭିତରେ ସହିଦ ହୋଇଥିବା କ୍ରାନ୍ତିକାରୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ବରଗଡ଼ ସାଂସଦ

‘ଏହା ଏବେ ଆମ ଦେଶର ରାଷ୍ଟ୍ରୀୟ ସ୍ମାରକୀ’

ବରଗଡ, ୨୮/୦୧: ଶ୍ରମ, ଦକ୍ଷତା ବିକାଶ, ଟେକ୍ସଟାଇଲ ବିଭାଗର ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟି ଏକ ୨ ଦିନିଆ ଆଣ୍ଡାମାନ ଏବଂ ନିକୋବର ଦ୍ଵୀପପୁଞ୍ଜ ଗସ୍ତ କାର୍ଯ୍ୟକ୍ରମ କମିଟି ଅଧ୍ୟକ୍ଷ ସାଂସଦ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଏସ୍ ଆର୍ ବୋମାଇ ନେତୃତ୍ୱରେ ଅନୁଷ୍ଠିତ ଏହି ଗସ୍ତ କାର୍ଯ୍ୟକ୍ରମରେ ଦେଶର ଅନ୍ୟ ସାଂସଦମାନଙ୍କ ସହ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ସାମିଲ ହୋଇଥିଲେ । ଭାରତ ଦେଶକୁ ବ୍ରିଟିଶ ସାମ୍ରାଜ୍ୟରୁ ମୁକ୍ତି ଦେବାର ସ୍ୱପ୍ନ ଦେଖି ମା’ ମାଟି ପାଇଁ ସଂଘର୍ଷ କରୁଥିବା ସଂଗ୍ରାମ କରୁଥିବା ବିପ୍ଲବୀ କ୍ରାନ୍ତିକାରୀମାନଙ୍କୁ ସବୁଦିନ ପାଇଁ ଦମନ କରିଦେବା ଲକ୍ଷ୍ୟରେ କଳାପାଣି ସଜା ଦିଆଯାଉଥିଲା । ସେଥିପାଇଁ ଇଂରେଜମାନେ ଏହି ଦ୍ଵୀପପୁଞ୍ଜରେ ଏକ ସେଲୁଲାର ଜେଲ ନିର୍ମାଣ କରିଥିଲେ । ଏହା ଏବେ ଆମ ଦେଶର ରାଷ୍ଟ୍ରୀୟ ସ୍ମାରକୀ । କମିଟିର ସଦସ୍ୟମାନେ ୨୫ ତାରିଖ ସନ୍ଧ୍ୟାରେ ଏହି ଜେଲ ପରିଦର୍ଶନରେ ଯାଇଥିଲେ । ଏକଦା ଦେଶ ସ୍ଵାଧୀନତା ସଂଗ୍ରାମରେ ସାମିଲ ହୋଇ ଭାରତ ବର୍ଷକୁ ପରାଧିନତାରୁ ମୁକ୍ତି ଦେବା ସ୍ବପ୍ନ ନେଇ ବ୍ରିଟିଶ ବିରୋଧରେ ଲଢିଥିବା ସେ ସମସ୍ତ କ୍ରାନ୍ତିକାରୀ ବିପ୍ଳବୀ ଯେଉଁମାନଙ୍କୁ ଏହି ଜେଲକୁ ଆଣି ଫାଶୀ ଦିଆ ଯାଇଥିଲା ଏବଂ ବ୍ରିଟିଶ ପୋଲିସର ନିର୍ଯାତନାର ଶିକାର ହୋଇ ଏହି ଜେଲ ଭିତରେ ମୃତ୍ୟୁବରଣ କରିଥିଲେ । ସମସ୍ତ ଭାରତର ସୁପୁତ୍ର ସହିଦ ମାନଙ୍କୁ ଜେଲ ଭିତରେ ମୁଣ୍ଡିଆ ମାରି ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।