କୋରାପୁଟ, ୧୪/୦୨: କୋରାପୁଟ-କିରୁଣ୍ଡଲ ରେଳପଥରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ। ମାନବର-ଜରଟି ମଧ୍ୟରେ ତେଲେଙ୍ଗିରି ନାଳ ନିକଟରେ ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି।
କିରୁଣ୍ଡଲ ଠାରୁ ଲୁହାପଥର ବୋଝେଇ ହୋଇ ଆସୁଥିବା ବେଳେ ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।