ଫେବୃଆରୀ ୧୭ ତାରିଖରେ କୁମ୍ଭ ରାଶିରେ ସୂର୍ଯ୍ୟ ପରାଗ ହେବାକୁ ଯାଉଛି। ଧାର୍ମିକ ଏବଂ ଜ୍ୟୋତିଷ ଦୃଷ୍ଟିକୋଣରୁ, ସୂର୍ଯ୍ୟ ଏବଂ ଚନ୍ଦ୍ରଗ୍ରହଣରେ ରାଶି ଉପରେ କିଛି ଭଲ ଓ ଖରାପ ପ୍ରଭାବ ପକାଇଥାଏ। ଗ୍ରହଣ ଦିନ କିଛି କାର୍ଯ୍ୟ ନିଷେଧ କରାଯାଇଛି। ଜାଣି ରଖନ୍ତୁ ସୂର୍ଯ୍ୟ ପରାଗ ଦିନ ଆପଣ କ’ଣ କରିବା ଉଚିତ୍ ଏବଂ କ’ଣ କରିବା ଉଚିତ୍ ନୁହେଁ।
ସୂର୍ଯ୍ୟଗ୍ରହଣ ଦିନ କ’ଣ କରିବେ?
ସୂର୍ଯ୍ୟପରାଗ ଦିନ, ଆପଣ ସୂର୍ଯ୍ୟ ଦେବତାଙ୍କ ମନ୍ତ୍ରଗୁଡ଼ିକୁ ଉଚ୍ଚ ସ୍ୱରରେ ଉଚ୍ଚାରଣ କରିବା ଉଚିତ। ‘ଓମ୍ ହ୍ରମ୍ ହ୍ରମ୍ ହ୍ରମ୍ ସ: ସୂର୍ଯ୍ୟାୟ ନମଃ’ ଏବଂ ‘ଓମ୍ ଘୃଣିଃ ସୂର୍ଯ୍ୟାୟ ନମଃ’ ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କୁ ଶୁଭ ଫଳ ମିଳିଥାଏ।
ଏହି ଦିନ ଗାୟତ୍ରୀ ମନ୍ତ୍ର ଏବଂ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିବା ଦ୍ୱାରା ମଧ୍ୟ ଲାଭ ମିଳିଥାଏ।
ପରାଗ ଦିନ ଯୋଗ, ଧ୍ୟାନ ଏବଂ ଆଧ୍ୟାତ୍ମିକ ଅଭ୍ୟାସ କରିବା ଦ୍ୱାରା ମଧ୍ୟ ଆପଣଙ୍କୁ ଭଲ ଫଳ ମିଳିଥାଏ ଏବଂ ଗ୍ରହଣର ନକାରାତ୍ମକ ପ୍ରଭାବ ଦୂର ହୋଇଥାଏ।
ପରାଗ ଦିନ ଆପଣ ଧାର୍ମିକ ପୁସ୍ତକ ମଧ୍ୟ ପଢିପାରିବେ।
ଗ୍ରହଣ ପରେ, ଘର ସଫା କରିବା ଉଚିତ ଏବଂ ସାରା ଘରେ ଗଙ୍ଗା ଜଳ ସିଞ୍ଚନ କରିବା ଉଚିତ।
ଏହା ସହିତ, ସୂର୍ଯ୍ୟ ପରାଗ ପରେ ସ୍ନାନ କରିବା ପରେ, ଦାନ କରନ୍ତୁ।
ସୂର୍ଯ୍ୟ ପରାଗ ଦିନ କ’ଣ କରିବେ ନାହିଁ
ସୂର୍ଯ୍ୟ ପରାଗ ସମୟରେ ଘରୁ ବାହାରକୁ ଯିବା ଉଚିତ୍ ନୁହେଁ ଏବଂ କେବେବି ସୂର୍ଯ୍ୟଗ୍ରହଣକୁ ସିଧାସଳଖ ଆଖିରେ ଦେଖିବା ଉଚିତ୍ ନୁହେଁ।
ପରାଗ ସମୟରେ ରୋଷେଇ କରିବା ଅନୁଚିତ।
ଗର୍ଭବତୀ ମହିଳାମାନେ ପରାଗ ସମୟରେ ନିଜର ବିଶେଷ ଯତ୍ନ ନେବା ଉଚିତ।
ଏହା ବ୍ୟତୀତ ପରାଗ ସମୟରେ ମନ୍ଦିରରେ ଥିବା ମୂର୍ତ୍ତିକୁ ସ୍ପର୍ଶ କରିବା ଉଚିତ୍ ନୁହେଁ।
ଉଲ୍ଲେଖଯୋଗ୍ୟ ଯେ, ଆସନ୍ତାକାଲି ହେବାକୁ ଥିବା ସୂର୍ଯ୍ୟ ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ। ଏହା ଦକ୍ଷିଣ ଆଫ୍ରିକାରେ ଦୃଶ୍ୟମାନ ହେବ।