କାହିଁକି ଆତ୍ମହତ୍ୟା କଲେ ରାଇମୋହନ? କାରଣ ଖୋଜୁଛି ପୋଲିସ

ଭୁବନେଶ୍ୱର : ପଞ୍ଚଭୂତରେ ଲୀନ ହେଲେ ବରିଷ୍ଠ ଅଭିନେତା ରାଇମୋହନ ପରିଡା । ଶୁକ୍ରବାର ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ ସମ୍ପନ୍ନ ହୋଇଛି । ଦୁଇ ଝିଅ ମୁଖାଙ୍ଗୀ ଦେଇଛନ୍ତି ।

ତେବେ ରାଇମୋହନ ପରିଡା କାହିଁକି କଲେ ଆତ୍ମହତ୍ୟା । ମାନସିକ ଚାପ ଥିଲାକି? ପାରିବାରିକ ସମସ୍ୟା ଥିଲା କି? ସ୍ୱାସ୍ଥ୍ୟ ଗତ ସମସ୍ୟା ଥିଲା କି? ଏଭଳି ଅନେକ ଅସମାହିତ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି ।

ସେପଟେ ଏଯାଏଁ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିନାହିଁ । ଏହା ପରେ ବି ପୋଲିସ ତଦନ୍ତ ଜାରି ରହିଛି । ହେଲେ ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ହିଁ ସତ ସାମ୍ନାକୁ ଆସିବ ବୋଲି ପୋଲିସ ଆଶା କରିଛି ।