୧୦୮ ଘଣ୍ଟାର ଅପରେସନ ପରେ ବୋରଓ୍ୱେଲରୁ ଉଦ୍ଧାର ହୋଇଥିବା ରାହୁଲ ହସ୍ପିଟାଲରୁ ହେଲା ଡିସଚାର୍ଜ

ଛତିଶଗଡ: ଶନିବାର ଆପୋଲ ହସ୍ପିଟାଲରୁ ଡିସଚାର୍ଜ ହେଲେ ରାହୁଲ ସାହୁ । ଦୀର୍ଘ ୧୨ ଦିନ ବିଳାସପୁର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ରାହୁଲ । ତେବେ ରାହୁଲଙ୍କୁ ସ୍ୱାଗତ ଓ ସମର୍ଦ୍ଧନା ପାଇଁ ଜିଲା ପ୍ରସାସନ ଠାରୁ ଆରମ୍ଭ କରି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିଲା।

ତେବେ ରାହୁଲ ଗାଁ ମାଟିକୁ ଫେରୁଥିବା ନେଇ ସ୍ଥାନୀୟ ଲୋକଙ୍କ ମନରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ୧୦୮ ଘଣ୍ଟାର ଜୀବନ ସଂଗ୍ରାମ ପରେ ଛତ୍ତିଶଗଡ଼ର ଜାଞ୍ଜଗୀର ଚମ୍ପା ଜିଲ୍ଲାର ପିରହିତ ଗାଁରେ ବୋରୱେଲରୁ ଉଦ୍ଧାର ହୋଇଥିଲେ ୧୨ ବର୍ଷର ନାବାଳକ ରାହୁଲ । ୧୨ଦିନ ଧରି ହସ୍ପିଟାଲରେ ଚିକିତ୍ସା ହେବା ପରେ ରାହୁଲର ସ୍ୱାସ୍ଥ୍ୟ ଅବସ୍ଥାରେ ଯଥେଷ୍ଟ ସୁଧାର ଆସିବା ପରେ ଡାକ୍ତର ତାଙ୍କୁ ଡିସଚାର୍ଜ କରିଛନ୍ତି ।

ମେଡିକାଲରେ ଜାଞ୍ଜବୀର ଜିଲ୍ଲାପାଳ, ବିଳାସପୁର ଜିଲ୍ଲାପାଳ ଓ ଏସ୍ପି ଉପସ୍ଥିତ । ଡିସଚାର୍ଜ ହୋଇ ନିଜ ଘରକୁ ଯିବେ ରାହୁଲ । ବୋରୱେଲରେ ପଡି ୫ ଦିନ ଫଶି ରହିଥିଲେ ରାହୁଲ । ରାହୁଲ ହସ୍ପିଟାଲରେ ଚଲାବୁଲା କରିବା ସହିତ ବେଡରେ ମୋବାଇଲ ଦେଖି ଗୀତ ଶୁଣୁଥିବା ଦେଖିବାକୁ ମିଳିଥିଲା । ରାହୁଲ ଦିବ୍ୟାଙ୍ଗ ହୋଇଥିବାରୁ ସେ ଶୁଣିପାରେନି କି କଥା ହୋଇପାରେନି ।