ବାଣ ଫୁଟାଇବା ପଡ଼ିପାରେ ମହଙ୍ଗା

ନୂଆଦିଲ୍ଲୀ: ଦୀପାବଳିରେ ବାଣ ଫୁଟାଇବା ଦିଲ୍ଳୀବାସୀଙ୍କୁ ମହଙ୍ଗା ପଡ଼ିପାରେ। କାରଣ ଦିଲ୍ଲୀରେ ବାଣ ଫୁଟାଇଲେ ୬ ମାସର ଜେଲ୍ ସହ ୨୦୦ ଟଙ୍କା ଜରିମାନା ଦେବାକୁ ପଡ଼ିପାରେ। ଏନେଇ ବୁଧବାର ଦିଲ୍ଳୀ ପରିବେଶ ସଚିବ ଗୋପାଳ ରାୟ ଘୋଷଣା କରିଛନ୍ତି।

ଖାଲି ସେତିକି ନୁହେଁ ଏକ ସାମ୍ବାଦିକ ସମ୍ମିଳନୀରେ ରାୟ କହିଛନ୍ତି ବିସ୍ଫୋରକ ଆକ୍ଟ ୯ ବି ଅନୁଯାୟୀ, ବାଣ ତିଆରି କରିବା, ଗଚ୍ଛିତ ରଖିବା ଏବଂ ବିକ୍ରି କରିବା ଉପରେ ୫ ହଜାର ଟଙ୍କା ଜରିମାନା ସହ ତିନି ବର୍ଷର ଜେଲ୍ ଦଣ୍ଡ ହେବ।  ସେ କହିଛନ୍ତି ବାଣ ନଫୁଟାଇ ଦୀପ ଜଳାଇବା ପାଇଁ ଏକ ଜନସଚେତନତା କାର୍ଯ୍ୟକ୍ରମ ଅକ୍ଟୋବର ୨୧ ରେ ଲଞ୍ଚ କରାଯିବ।

କନ୍ଗଟ ପ୍ଳେସରେ ଶୁକ୍ରବାର ଦିଲ୍ଲୀ ସରକାର ଏହି ଅବସରରେ ୫୧ ହଜାର ଦୀପ ପ୍ରଜ୍ବଳିତ କରିବେ । ରାୟଙ୍କ ଅନୁଯାୟୀ , ୪୦୮ ସ୍କ୍ବାଡ ନିୟାଜିତ ରହିବେ । ରାଜସ୍ବ ବିଭାଗ ୧୬୫ ଟିମ୍, ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟିର ୩୩ ଟିମ୍ ଏବଂ ଦିଲ୍ଳୀ ପୋଲିସ୍ ୨୧୦ ଟିମ୍ ନିୟୋଜିତ ରହିବେ ।