ବଜେଟ୍@୨୦୨୬-୨୭

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ

ଭୁବନେଶ୍ୱର, ୨୦/୦୨: ବିଧାନସଭାରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଚଳିତ ବର୍ଷ ୩ ଲକ୍ଷ ୧୦ ହଜାର କୋଟିର ବଜେଟ୍ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗତବର୍ଷ ତୁଳନାରେ ଚଳିତ ବର୍ଷର‌ ବଜେଟରେ ୬.୯ ପ୍ରତିଶତ ବୃଦ୍ଧି ହୋଇଛି।

ବଜେଟ୍ରେ ରାଜ୍ୟ‌ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଘରୋଇ ଉତ୍ପାଦ GSDP ୧୧ ଲକ୍ଷ ୭ କୋଟି ଆକଳନ କରାଯାଇଛି। ୧୨% ନାମମାତ୍ର ଅଭିବୃଦ୍ଧି ଲକ୍ଷ୍ୟ ରଖାଯାଇଛି।

 

ବଜେଟ୍ରେ ବ୍ୟୟବରାଦ:-

-ପ୍ରଶାସନିକ ଖର୍ଚ୍ଚ ପାଇଁ ୧ ଲକ୍ଷ ୧୪ ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି

-ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା ପାଇଁ ୬୩୫ କୋଟି

-୧୦୦ ସ୍ମାର୍ଟ ଫାର୍ମ ମାର୍କେଟ (ମଡେଲ୍ ମଣ୍ଡି) ପାଇଁ ୧୦୦ କୋଟି

-VB-G RAM G ପାଇଁ ୫୫୭୫ କୋଟି

-ବିଶ୍ବର ବୃହତ ଶସ୍ୟ ଷ୍ଟୋରେଜ୍ ଯୋଜନା ପାଇଁ ୨୪୦ କୋଟି

-ରେୟାର ଆର୍ଥ କରିଡର୍ ପାଇଁ ୧୦ କୋଟି ଟଙ୍କା

-ରାଜ୍ୟ AI ମିଶନ ପାଇଁ ୨୩ କୋଟି

-ଟୁରିଜିମ୍ ଲ୍ୟାଣ୍ଡ ବ୍ୟାଙ୍କ ସ୍କିମ୍ ବାବଦକୁ ୧୫୦ କୋଟି

-ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ଲାଇବ୍ରେରୀ କେନ୍ଦ୍ର ପାଇଁ ୧ ହଜାର କୋଟି। ଶ୍ରୀଜଗନ୍ନାଥ ମନ୍ଦିର ପାଇଁ ‘ସମର୍ପଣ’ ନାଁରେ ଅନଲାଇନ୍ ଡିଜିଟାଲ ହୁଣ୍ଡି ବ୍ୟବସ୍ଥା ଆରମ୍ଭ କରାଯାଇଛି।

-ରତ୍ନଭଣ୍ଡାର ଗଣତିମଣତି ପାଇଁ ୫ କୋଟି ଟଙ୍କା ପ୍ରସ୍ତାବ

-ଆନ୍ତଃରାଜ୍ୟ ନଦୀ ସଂଯୋଗୀକରଣ ପାଇଁ ୧୦ କୋଟି

-ମହାନଦୀ ତଟବର୍ତ୍ତୀ ସୁରକ୍ଷା ଓ ପର୍ଯ୍ୟଟନ ପାଇଁ ୮୦ କୋଟି

-ପୁରୁଣା ଓ କ୍ଷତିଗ୍ରସ୍ତ ଜଳସେଚନ ଭିତ୍ତିଭୂମି ପାଇଁ ୧୦୦ କୋଟି

-ବଜେଟରେ ‘ଚିଲିକା ପୁନରୁଦ୍ଧାର’ ଯୋଜନା ଘୋଷଣା କରାଯାଇଛି। ଭୂ-ଆକୃତିଗତ ଅସ୍ଥିରତା ଦୂର ପାଇଁ କାର୍ଯ୍ୟ କରିବ ଯୋଜନା

-ବଜେଟରେ ବନ୍ୟା ପରିଚାଳନା ପାଇଁ ୫୩୦ କୋଟି

-ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ ଷ୍ଟ୍ରକଚର ପ୍ରୋଗ୍ରାମ ପାଇଁ ୧ ହଜାର କୋଟି

-ନବକୃଷ୍ଣ ଚୌଧୁରୀ ସେଚ ଉନ୍ନୟନ ଯୋଜନାରେ ୧୮୦ କୋଟି

-ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ଯୋଜନା ପାଇଁ ୨୮୦ କୋଟି

-ନଦୀ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଞ୍ଜୀବନୀ ପାଇଁ ୧୦୦ କୋଟି

-୩ ଲକ୍ଷ ୩୩ ହଜାର ହେକ୍ଟର ଜମିରେ ଜଳସେଚନ ଲକ୍ଷ୍ୟ। ୨୦୨୯ ସୁଦ୍ଧା ୧୫ ହଜାର ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ଲକ୍ଷ୍ୟ।

-ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ଟଙ୍କା। ୧ କୋଟିରୁ ଊର୍ଦ୍ଧ୍ବ ମହିଳା ଉପକୃତ ହେବେ

-ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ପାଇଁ ୧୨ କୋଟି ଟଙ୍କା

-ଜାତୀୟ ଗ୍ରାମୀଣ ଜୀବିକା ମିଶନ NRLM ପାଇଁ ୧୩୩୩ କୋଟି

-ମିଶନ ଶକ୍ତି ବିଭାଗ ପାଇଁ ଆବଣ୍ଟନ ୨୮୦୪ କୋଟି ଟଙ୍କାକୁ ବୃଦ୍ଧି

-ଲିଙ୍ଗଗତ ସମାନତା ଯୋଜନା ପାଇଁ ୧୮ ହଜାର ୯୫୭ କୋଟି

-୨୩ଟି ଜିଲ୍ଲା ମୁଖ୍ୟାଳୟରେ ନିର୍ମାଣ ହେବ ସମନ୍ବିତ ବାତ୍ସଲ୍ୟ ସଦନ। ପିଲାଙ୍କ ସୁରକ୍ଷାକୁ ମଜବୁତ କରିବା ପାଇଁ ଯୋଜନା କରାଯାଇଛି।

-ଶିଶୁ ଗୃହ, ଶିଶୁ କଲ୍ୟାଣ କମିଟି ପାଇଁ ୬୨ କୋଟି ବ୍ୟୟବରାଦ

-ସମୃଦ୍ଧ ଅଙ୍ଗନବାଡି ଯୋଜନା ପାଇଁ ୬୩୫ କୋଟି। ଅସଂପୂର୍ଣ୍ଣ ଅଙ୍ଗନବାଡି କେନ୍ଦ୍ରକୁ ସମୟ ଭତ୍ତିରେ ସଂପୂର୍ଣ୍ଣ କରାଯିବ।

-କ୍ରେଚ୍ ସୁବିଧା ବିନା ନିର୍ମାଣ ପାଇଁ ବ୍ୟୟବରାଦ ୧୫ ଲକ୍ଷ

-କ୍ରେଚ୍ ସୁବିଧା ଥିବା ଅଙ୍ଗନବାଡି ନିର୍ମାଣ ପାଇଁ ୨୦ ଲକ୍ଷ

-ଉତ୍କର୍ଷ ITI ଯୋଜନା ପାଇଁ ୫୦୦ କୋଟି ବ୍ୟୟବରାଦ

-ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପାଇଁ ୨୩,୧୮୨ କୋଟି

-କାର୍ଯ୍ୟକ୍ରମ ବ୍ୟୟ ପାଇଁ ୧୭ ହଜାର ୭୩୭ କୋଟି ଟଙ୍କା

-ସ୍ବାସ୍ଥ୍ୟ ପାଇଁ ବ୍ୟୟ ମୋଟ୍ ବଜେଟର ୭.୫%

-ଆୟୁଷ୍ମାନ ଭାରତ, ଗୋପବନ୍ଧୁ ଜନ ଆରୋଗ୍ୟ ପାଇଁ ୪୨୭୯ କୋଟି

-ଜାତୀୟ ସ୍ବାସ୍ଥ୍ୟ ମିଶନ NHM ପାଇଁ ୧୯୫୮ କୋଟି

-ନିରାମୟ ପାଇଁ ୭୮୬ କୋଟି, ନିଦାନ ପାଇଁ ୩୭୧ କୋଟି

-ଆମ୍ବୁଲାନ୍ସ ସେବା ପାଇଁ ୧୯୮ କୋଟି ଟଙ୍କା

-ସ୍ବାସ୍ଥ୍ୟ ସହାୟ ଯୋଜନା ପାଇଁ ୧୮୩ କୋଟି ଟଙ୍କା

-ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସେବା ମିଶନ ପାଇଁ ୫୦୦୮ କୋଟି

-କଟକ SCBର ପୁନର୍ବିକାଶ ପାଇଁ ୧ ହଜାର କୋଟି

-ବ୍ରହ୍ମପୁର MKCG ଓ ବୁର୍ଲା ଭୀମସାର ପାଇଁ ୬୦୦ କୋଟି