ବଜେଟ୍ ରେ ସରକାରଙ୍କ ୧୬ଟି ନୂଆ ପଦକ୍ଷେପ ପାଇଁ ଘୋଷଣା
୧- ଭିବି ଜି ରାମ ଜି ପାଇଁ ୫୫୭୫ କୋଟି
୨- ସମୃଦ୍ଧ ଅଙ୍ଗନବାଡି ଯୋଜନା ପାଇଁ ୬୩୫ କୋଟି
୩- ମଡେଲ ମଣ୍ଡି ପାଇଁ ୧୦୦ କୋଟି
୪- ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା
୫- ମୁଖ୍ୟମନ୍ତ୍ରୀ ସ୍ମାର୍ଟ ସିଟି ମିଶନ ପାଇଁ ୧୦୦ କୋଟି
୬- ୱାର୍ଲଡ ଗ୍ରେନ ଷ୍ଟୋରେଜ ପ୍ଲାନ ପାଇଁ ୨୪୦ କୋଟି
୭- ରେଆର ଆର୍ଥ କରିଡ଼ର ପାଇଁ ୧୦ କୋଟି
୮. ଷ୍ଟେଟ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରାନ୍ସଫରମେଟିଭ ଇନିସି୍ଏଟିଭ
୯- ବିଚ୍ଛିନ୍ନାଞ୍ଚଳକୁ ଯୋଗାଯୋଗ ପାଇଁ ୧ ହଜାର କୋଟି
୧୦- ଜଗନ୍ନାଥ ଇଣ୍ଟରପ୍ରିଟେସନ ସେଣ୍ଟର
୧୧- ୱାର୍ଲଡ ଟୁରିଜିମ ସେଣ୍ଟର (ପୁରୀ )
୧୨- ଷ୍ଟେଟ ଏଆଇ ମିଶନ ପାଇଁ ୨୩ କୋଟି
୧୩- ଟୁରିଜିମ ଲାଣ୍ଡ ବ୍ୟାଙ୍କ ସ୍କିମ ପାଇଁ ୧୫୦ କୋଟି
୧୪- ଡାଲଖାଇ ଫାଇଁ ୨୨୦ କୋଟି ଟଙ୍କା
୧୫- ମୁଖ୍ୟମନ୍ତ୍ରୀ ଅର୍ଥ ପରାମର୍ଶଦାତା ପରିଷଦ
୧୬- ଫିଟ୍ ଓଡିଶା ମିଶନ ପାଇଁ ୧୦ କୋଟି
ନୂଆ ଯୋଜନାର ଘୋଷଣା:-
୧- ଭୁବନେଶ୍ବରରେ ନୂଆ ସରକାରୀ କୋଠା ନିର୍ମାଣ ନେଇ ଘୋଷଣା କରାଯାଇଛି। ବାହାରୁ ଆସୁଥିବା ଅତିଥିଙ୍କ ପାଇଁ ନିର୍ମାଣ ହେବ ଜନ ଆଶ୍ରୟ ଭବନ। ନୂତନ ରାଜ୍ୟ ବିଧାନସଭା ସୌଧ, ନୂତନ ସଚିବାଳୟ ଭବନ ହେବ। ବିଶ୍ବମାନର ନୂଆ ସଂଗ୍ରହାଳୟ ଓ ଓଡ଼ିଶା ମଣ୍ଡପ ସମ୍ମିଳନୀ କେନ୍ଦ୍ର।
୨-ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ଘୋଷଣା କରାଯାଇଛି। ଆର୍ଥିକ ଦୁର୍ବଳ ଝିଅଙ୍କୁ ସ୍ନାତକ ପାଇଁ ଯୋଜନା କାର୍ଯ୍ୟ କରିବ। ଗରିବ ଝିଅଙ୍କ ନାଁରେ ୨୦ ହଜାର ଟଙ୍କାର ସଞ୍ଚୟ ଉପକରଣ ସୃଷ୍ଟି ହେବ। ସ୍ନାତକ ସମାପ୍ତ ପରେ ୧ ଲକ୍ଷ ୧ ଟଙ୍କା ପ୍ରଦାନ କରାଯିବ
୩-ବାର୍ଦ୍ଧକ୍ୟ କି ବିଧବା ଭତ୍ତା ପାଇଁ ମଧୁବାବୁ ପେନ୍ସନ ଯୋଜନା’ରେ ସମସ୍ତ ଯୋଗ୍ୟଙ୍କୁ ସାମିଲ୍ କରାଯିବ। ବାଦ୍ ପଡ଼ିଥିବା ୬ ଲକ୍ଷରୁ ଅଧିକ ଯୋଗ୍ୟଙ୍କୁ ପେନସନ ମିଳିବ
୪-ପର୍ଯ୍ୟଟନ ବିକାଶ ଲାଗି ଭୂମି ଆବଶ୍ୟକତାକୁ ପୂରଣ ପାଇଁ ବ୍ୟବସ୍ଥା। ନୂତନ ଭାବେ ପର୍ଯ୍ୟଟନ ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା ଆରମ୍ଭ କରାଯିବ। ୨୦୪୭ ସୁଦ୍ଧା ୫ କୋଟି ଘରୋଇ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲକ୍ଷ୍ୟ। ୨୦୪୭ ସୁଦ୍ଧା ୭ ଲକ୍ଷ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲକ୍ଷ୍ୟ। ୨୫ ହଜାର ହୋଟେଲ ପ୍ରକୋଷ୍ଠ ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ଏଥିପାଇଁ ଅଗ୍ରାଧିକାର ଭିତ୍ତିରେ ୧୫ଟି ଗନ୍ତବ୍ୟସ୍ଥଳରେ ଜମି ଚିହ୍ନଟ ହୋଇଛି। ଜମି ଅଧିଗ୍ରହଣ, ପ୍ରିମିୟମ ଦେୟ ପୈଠ ପାଇଁ ୧୫୦ କୋଟିର ବ୍ୟୟ ବରାଦ ହୋଇଛି।
୫- ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ପିଲାଙ୍କ ପାଇଁ ନୂଆ ଯୋଜନାର ପ୍ରସ୍ତାବ।`ସମନ୍ବିତ ବାତ୍ସଲ୍ୟ ସଦନ’ ନାମରେ ଏକ ନୂତନ ଯୋଜନା ଲାଗି ପ୍ରସ୍ତାବ। ୨୩ଟି ଜିଲ୍ଲା ମୁଖ୍ୟାଳୟରେ ୨୩ ଟି ସମନ୍ବିତ ବାତ୍ସଲ୍ୟ ସଦନ ପ୍ରତିଷ୍ଠା ଲାଗି ପ୍ରସ୍ତାବ। `ସମନ୍ବିତ ବାତ୍ସଲ୍ୟ ସଦନ’ ଯୋଜନା ପାଇଁ ୬୨ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ
୬- ଅସମ୍ପୂର୍ଣ୍ଣ ଅଙ୍ଗନୱାଡି କେନ୍ଦ୍ରକୁ ସଂପୂର୍ଣ୍ଣ କରିବାକୁ ଏକ ନୂଆ ଯୋଜନାର ପ୍ରସ୍ତାବ। `ସମୃଦ୍ଧ ଅଙ୍ଗନୱାଡି ଯୋଜନା’ ନାମରେ ଏକ ନୂଆ ଯୋଜନାର ପ୍ରସ୍ତାବ। ନୂଆ ଯୋଜନାରେ କ୍ରେଚ୍ ସୁବିଧା ନଥିବା କେନ୍ଦ୍ର ପିଛା ୧୫ ଲକ୍ଷ ଟଙ୍କାର ପ୍ରସ୍ତାବ, କ୍ରେଚ୍ ସୁବିଧା ଥିବା କେନ୍ଦ୍ର ପିଛା ୨୦ ଲକ୍ଷ ଟଙ୍କାର ପ୍ରସ୍ତାବ। ନୂଆ ଯୋଜନା ପାଇଁ ୨୦୨୬-୨୭ ଆର୍ଥିକ ବର୍ଷରେ ୬୩୫ କୋଟି ଟଙ୍କାର ପ୍ରସ୍ତାବ
୭- ରାଜ୍ୟରେ ପ୍ରତିଷ୍ଠା ହେବ ୪ଟି ନୂଆ ବିଶ୍ୱବିଦ୍ୟାଳୟ। ୪ଟି ଜିଲ୍ଲା ମୁଖ୍ୟାଳୟରେ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହେବ। ୪ ଜିଲ୍ଲା- କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ଝାରସୁଗୁଡାରେ ନୂଆ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବ।
୮- ୨୦୪୭ ସୁଦ୍ଧା ବିଶ୍ୱ ଦକ୍ଷତା କେନ୍ଦ୍ରର ୭ଟି କ୍ୟାମ୍ପସ ପ୍ରତିଷ୍ଠା ହେବ। ସେଥିରୁ ୨୦୩୬ ମସିହା ପୂର୍ବରୁ ୫ଟି କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ପାରାଦ୍ୱୀପ ଓ ବଲାଙ୍ଗୀରରେ ୨ଟି ନୂଆ ସରକାରୀ ଇଞ୍ଜିନିୟରିଂ କଲେଜ ହେବ।