ଚାକିରି କରାଇଦେବାକୁ କହି ନକଲି ରାକେଟ ଚଳାଇଥିବା ସଂସ୍ଥା ଉପରେ ଲାଗିବ ରୋକ

ଦେଶରେ ଏବେ ବେକାରୀ ସମସ୍ୟା ୪୫ ବର୍ଷର ରେକର୍ଡ ଭାଙ୍ଗିଛି । ଶିକ୍ଷିତ ଯୁବକ ଯୁବତୀମାନେ ଚାକିରି ଆଶାରେ କିଛି ବି କରିବାକୁ ପଛାଉ ନାହାଁନ୍ତି । ବାଶ୍ ଏହାର ସୁଯୋଗ ନେଉଛନ୍ତି କିଛି ନକଲି ରାକେଟ । ସେମାନେ ପୂର୍ବତଟ ରେଳବାଇରେ ଚାକିରି କରାଇଦେବାକୁ କହି ବେକାରୀ ଯୁବକ ଯୁବତୀମାନଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି । ଏହାସହ କିଛି ରାକେଟ ଲାଂଚ ମଧ୍ୟ ମାଗୁଛନ୍ତି । ଏଭଳି କିଛି ଘଟଣା ସାମ୍ନାକୁ ଆସିବା ପରେ ପୂର୍ବତଟ ରେଳ ବିଭାଗ ସତର୍କ ହୋଇଯାଇଛି । ଏନେଇ ରେଳବାଇ ଲୋକମାନଙ୍କୁ ସଚେତନ କରିବାକୁ ଅଣ୍ଟା ଭିଡିଛି   ।

ଏହି କ୍ରମରେ ରେଳବାଇ ପକ୍ଷରୁ କିଛି ହେଲ୍ପଲାଇନ ନମ୍ବର ଓ ଇ-ମେଲ ଆଇଡି ଜାରି କରାଯାଇଛି । ରେଳବାଇ ପକ୍ଷରୁ କୁହାଯାଇଛି କି ଯଦି କେହି ଚାକିରି କରାଇଦେବାର ପ୍ରଲୋଭନ ଦେଖାଇ ଟଙ୍କା ମାଗୁଛି ତେବେ ଆପଣ ଏହି ନମ୍ବରରେ ଯୋଗା ଯୋଗ କରିପାରିବେ । ରେଳବାଇ ପକ୍ଷରୁ ଜାରି କରାଯାଇଥିବା ହେଲ୍ପ ଲାଇନ ନମ୍ବରଟି ହେଉଛି ୮୪୫୫୮୮୫୦୩୧ । ଏହାସହ ରେଳବାଇ ବି ଏକ ଇ-ମେଲ ଆଇଡି ଜାରି କରିଛି । [email protected] ରେ ଅଭିଯୋଗ କରିପାରିବେ  ।