ଆଇଇଡି ବ୍ଲାଷ୍ଟ: କୋବ୍ରା ଯବାନ ଗୁରୁତର

ଯବାନଙ୍କୁ ରାଞ୍ଚିକୁ ଏୟାରଲିଫ୍ଟ

ଝାଡ଼ଖଣ୍ଡ, ୨୨/୦୨: ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ସରଣ୍ଡା ଜଙ୍ଗଲରେ ଶନିବାର ନକ୍ସଲ ବିରୋଧୀ ଅଭିଯାନ ସମୟରେ ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ୍ ଡିଭାଇସ୍ (ଆଇଇଡି) ବିସ୍ଫୋରଣରେ ସିଆରପିଏଫର ୨୦୯ କୋବ୍ରା ବାଟାଲିୟନର ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି।

ଛୋଟା ନଗରା ଥାନା ଅନ୍ତର୍ଗତ ଚାଦ୍ରି ଡେରା ଗାଁ ନିକଟରେ ଏହି ଘଟଣା ଘଟିଥିଲା। ଜିଲ୍ଲା ପୋଲିସ ଏବଂ ସିଆରପିଏଫର ଏକ ମିଳିତ ଦଳ ଘନ ଜଙ୍ଗଲ ଏବଂ ଅତ୍ୟନ୍ତ ବିଦ୍ରୋହୀ ପ୍ରଭାବିତ ଅଞ୍ଚଳରେ ସିପିଆଇ (ମାଓବାଦୀ) କ୍ୟାଡରଙ୍କ ବିରୁଦ୍ଧରେ ସର୍ଚ୍ଚ ଅପରେସନ୍ କରୁଥିବା ସମୟରେ ଖଞ୍ଜା ଯାଇଥିବା ଆଇଇଇଡି ସଂସ୍ପର୍ଶରେ ଆସିଥିଲେ। ବିସ୍ଫୋରଣରେ ଦୁଇ ଜଣ କୋବ୍ରା ଜବାନ ଆହତ ହୋଇଥିଲେ। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ପ୍ରାଥମିକ ଚିକିତ୍ସା ପରେ ରାଞ୍ଚିକୁ ଏୟାରଲିଫ୍ଟ କରାଯାଇଛି।