ଭୁବନେଶ୍ୱର, ୨୨/୦୨: ରାଜ୍ୟ ବିଜେପି କାର୍ଯ୍ୟାଳୟରେ କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ବସିଛି ଏହି ବୈଠକ। ବୈଠକରେ ରାଜ୍ୟସଭା ନିର୍ବାଚନ ସହ ସଂଗଠନ ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଛି।
ବିଭିନ୍ନ ନିଗମ ଉପରେ ମୋହର ଲାଗିଥିବାର ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପାଇଁ ମଧ୍ୟ ଏକପ୍ରକାର ସହମତି ପ୍ରକାଶ ହୋଇଛି। କେଉଁ ନେତାଙ୍କୁ କେଉଁ ବିଭାଗର ଦାୟିତ୍ବ ମିଳିବ, ସେ ନେଇ ଆଲୋଚନା ହୋଇଥିବାର ସୂଚନା ମିଳିଛି। ଏଥିସସ ସଂଗଠନରେ କେଉଁ ଦଳୀୟ ନେତାଙ୍କୁ କେଉଁ ଦାୟିତ୍ୱ ନ୍ୟସ୍ତ କରାଯିବ, ସେ ନେଇ ଆଲୋଚନା ହୋଇ ଏକପ୍ରକାର ସହମତି ହୋଇଥିବା ଜଣାପଡିଛି।
ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ, ସଂଗଠନ ସାଧାରଣ ସମ୍ପାଦକ ମାନସ ମହାନ୍ତି, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର ଓ ସହ ପ୍ରଭାରୀ ଲତା ଉଷେଣ୍ଡି, ପୁରୀ ସାଂସଦ ସମ୍ବିତ ପାତ୍ର, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଓ ବସନ୍ତ ପଣ୍ଡାଙ୍କ ସମେତ କୋର୍ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ।