ଜୀବନ ହାରିଲେ ମାଟ୍ରିକ ଛାତ୍ରୀ

ଘର ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ରହ୍ମପୁର, ୨୩/୦୨: ଜୀବନ ହାରିଲେ ଶ୍ରୀରାମ ନଗର ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀ। ଘର ଭତରୁ ମାଟ୍ରିକ୍‌ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁରର ଶ୍ରୀରାମ ନଗରରେ।

ଗତ ଶନିବାର ମାଟ୍ରିକ ଇଂରାଜୀ ପରୀକ୍ଷା ବେଳେ ଛାତ୍ରୀ ଜଣଙ୍କ କପି କରିଥିଲେ। ପରୀକ୍ଷା କେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀ କପି ଧରିବା ସହ ତାଙ୍କୁ ବିଭିନ୍ନ ପ୍ରକାର ଭୟ ଦେଖାଇଥିଲେ। ସ୍କୁଲର କର୍ମଚାରୀ ଏମପି କରାଇ ଦିଆଯିବ ବୋଲି କହିଥିଲେ। ଘରକୁ ଆସି ମାନସିକ ଚାପରେ ରହୁଥିଲେ ଛାତ୍ରୀ। ଫଳରେ ଝିଅ ଜଣଙ୍କ ଭୟରେ ଆତ୍ମହତ୍ୟା କରିଥିବା ଜଣାପଡିଛି। ଘଟଣାକୁ ନେଇ ବଡ଼ବଜାର ଥାନାରେ ଅଭିଯୋଗ ଦେଲେ ପରିବାର।