ଏମସିଏଲ୍ ନେତୃତ୍ୱାଧୀନ ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତି, ସମ୍ବଲପୁରକୁ ‘ନରାକାସ ରାଜଭାଷା ସମ୍ମାନ’ରେ ପ୍ରଥମ ସ୍ଥାନ
ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଜଭାଷା ବିଭାଗକୁ କୃତଜ୍ଞତା ଜଣାଇଲା ଏମସିଏଲ
ସମ୍ବଲପୁର, ୨୩/୦୨: ମହାନଦୀ କୋଲଫିଲ୍ଡ୍ସ ଲିମିଟେଡ୍ (ଏମସିଏଲ୍) ପାଇଁ ଏହା ଅତ୍ୟନ୍ତ ଗୌରବର ମୁହୂର୍ତ୍ତ ଯେ, ପୂର୍ବ କ୍ଷେତ୍ର (ଗ-କ୍ଷେତ୍ର)ରେ ଉତ୍କୃଷ୍ଟ ରାଜଭାଷା କାର୍ଯ୍ୟାନ୍ୱୟନ ପାଇଁ ‘ନରାକାସ ରାଜଭାଷା ସମ୍ମାନ’ର ପ୍ରଥମ ପୁରସ୍କାର, ଏମସିଏଲ୍ ଅଧ୍ୟକ୍ଷତା କରୁଥିବା ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତି, ସମ୍ବଲପୁରକୁ ପ୍ରଦାନ କରାଯାଇଛି।
ଏହି ସମ୍ମାନ ୨୦ ଫେବୃଆରୀ ୨୦୨୬ ତାରିଖରେ ଅଗରତଲା, ତ୍ରିପୁରାରେ ଆୟୋଜିତ ଗୃହ ମନ୍ତ୍ରାଳୟର ରାଜଭାଷା ବିଭାଗର ପୂର୍ବ, ପୂର୍ବୋତ୍ତର ଏବଂ ଉତ୍ତର କ୍ଷେତ୍ରର ସଂଯୁକ୍ତ ରାଜଭାଷା ସମ୍ମେଳନ ସମୟରେ ମାନ୍ୟବର କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ପ୍ରଦାନ କରାଯାଇଛି।
ଏହି ପୁରସ୍କାର ମାନ୍ୟବର କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାରଙ୍କ କରକମଳରୁ ଏମସିଏଲର ଅଧ୍ୟକ୍ଷ ତଥା ସହ-ପ୍ରବନ୍ଧ ନିର୍ଦ୍ଦେଶକ ଶ୍ରୀ ଉଦୟ ଅନନ୍ତ କାଓଲେ ଏବଂ ନିର୍ଦ୍ଦେଶକ (ମାନବ ସମ୍ବଳ) ଶ୍ରୀ କେଶବ ରାଓ ଗ୍ରହଣ କରିଥିଲେ।
ଏହି ସମ୍ମାନ ଏମସିଏଲ୍ ଏବଂ ତାହାର ନେତୃତ୍ୱାଧୀନ ନଗର ରାଜଭାଷା କାର୍ଯ୍ୟାନ୍ୱୟନ ସମିତି, ସମ୍ବଲପୁର ଦ୍ୱାରା ରାଜଭାଷା ହିନ୍ଦୀର ପ୍ରଭାବଶୀଳ କାର୍ଯ୍ୟାନ୍ୱୟନ, ପ୍ରୋତ୍ସାହନ ଓ ସମ୍ବର୍ଦ୍ଧନ ଦିଗରେ କରାଯାଇଥିବା ସତତ ପ୍ରୟାସର ପରିଣାମ ଅଟେ। ଏମସିଏଲ୍ ତା’ର ସମସ୍ତ କାର୍ଯ୍ଯରେ ହିନ୍ଦୀର ବ୍ୟାପକ ପ୍ରୟୋଗ, ରାଜଭାଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ, ପ୍ରାୟୋଗିକ ଓ ପ୍ରଶାସନିକ ଦସ୍ତାବିଜଗୁଡ଼ିକର ଦ୍ୱିଭାଷୀକରଣ ଏବଂ ରାଜଭାଷା ସଚେତନତା କାର୍ଯ୍ୟକଳାପ ମାଧ୍ୟମରେ ଉଲ୍ଲେଖନୀୟ ପ୍ରଗତି ସୁନିଶ୍ଚିତ କରିଛି।
ଶ୍ରୀ ଉଦୟ ଅନନ୍ତ କାଓଲେ, ଅଧ୍ୟକ୍ଷ ତଥା ସହ-ପ୍ରବନ୍ଧ ନିର୍ଦ୍ଦେଶକ, ଏମସିଏଲ୍ ଏହି ସଫଳତା ଉପରେ ଆନନ୍ଦ ପ୍ରକାଶ କରି କହିଛନ୍ତି ଯେ, ଏହି ସମ୍ମାନ ସମଗ୍ର ଏମସିଏଲ୍ ପରିବାରର ସାମୂହିକ ପ୍ରୟାସ, ପ୍ରତିବଦ୍ଧତା ଓ ରାଜଭାଷା ପ୍ରତି ସମର୍ପଣର ପ୍ରତୀକ। ସେ ଆହୁରି କହିଛନ୍ତି, ଏମସିଏଲ୍ ଆଗକୁ ମଧ୍ୟ ରାଜଭାଷା ନୀତିର ପ୍ରଭାବଶୀଳ କାର୍ଯ୍ୟାନ୍ୱୟନ ପାଇଁ ପୂର୍ଣ୍ଣ ପ୍ରତିବଦ୍ଧତା ସହ କାର୍ଯ୍ୟ ଜାରି ରଖିବ ।
ଏହି ପ୍ରତିଷ୍ଠିତ ସମ୍ମାନ ପାଇଁ ଏମସିଏଲ୍, ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ରାଜଭାଷା ବିଭାଗକୁ କୃତଜ୍ଞତା ଜଣାଇଛି ଏବଂ ହିନ୍ଦୀ ରାଜଭାଷାର ପ୍ରସାର ତଥା ଏହାର ଦୃଢ଼ କାର୍ଯ୍ଯକାରିତା ପାଇଁ କାର୍ଯ୍ଯ ଜାରି ରଖିବା ଲାଗି ନିଜର ପ୍ରତିବଦ୍ଧତାକୁ ଦୋହରାଇଛି।