ଭୁବନେଶ୍ୱର, ୨୬/୦୨: ମହଙ୍ଗା ପଡ଼ିଲା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର। ଗତ କାଲି ସନ୍ଧ୍ୟାରେ ବଡ଼ଗଡ଼ ଅଞ୍ଚଳରେ ବିଚ୍ ରାସ୍ତାରେ ଜଣେ ସାମ୍ବାଦିକାଙ୍କୁ ଦୁଇ ଜଣ ଅସାମାଜିକ ବ୍ୟକ୍ତି ଦୁର୍ବ୍ୟବହାର କରିଥିଲେ। ସାମ୍ବାଦିକଙ୍କୁ ରାସ୍ତା ମଝିରେ ଦୁର୍ବ୍ୟବହାର କରିବା ସହ ଠେଲାପେଲା ଏବଂ ଅଶ୍ଳୀଳ ଇଙ୍ଗିତ କରାଯାଇଥିବା ଅଭିଯୋଗ ପରେ ଆକ୍ସନ ମୋଡରେ ପୋଲିସ। ୨ ଅଭିଯୁକ୍ତଙ୍କୁ ଗିରଫ କଲା ବଡ଼ଗଡ଼ ଥାନା ପୋଲିସ୍।
ଅଭିଯୁକ୍ତମାନେ ତାଙ୍କ ଗାଡ଼ିକୁ ଧକ୍କା ଦେବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଯାହା ପରେ ସାମ୍ବାଦିକା ଜଣକ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ସୋସିଆଲ ମିଡିଆରେ ଡିଜିପି, ଡିସିପି ଏବଂ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ପୋଲିସ ଦୁଇ ଜଣଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।