ରାଇମୋହନ ଆତ୍ମହତ୍ୟା ପଛର କାରଣ ଖୋଜିଛି ପୋଲିସ, ବାସଭବନରେ ପରିବାର ଲୋକଙ୍କୁ କରାଯାଉଛି ପଚରାଉଚରା

ଭୁବନେଶ୍ୱର: ଅଭିନେତା ରାଇମୋହନ ପରିଡ଼ା ଆତ୍ମହତ୍ୟାର କାରଣ ଉପରୁ ପରଦା ହଟାଇବାକୁ ପ୍ରୟାସ ଆରମ୍ଭ କରିଛି ପୋଲିସ । ଭୁବନେଶ୍ୱର ପ୍ରାଚୀ ବିହାର ସ୍ଥିତ ରାଇମୋହନଙ୍କ ବାସଭବନରେ ପହଞ୍ଚିଲା କମିଶନରେଟ ପୋଲିସର ଏକ ମହିଳା ଟିମ୍ ।

ରାଇମୋହନଙ୍କ ଆତ୍ମହତ୍ୟାର କାରଣ ଖୋଜୁବା ଆରମ୍ଭ କରିଦେଇଛି ପୋଲିସ । ତାଙ୍କର ଦୁଇ ଝିଅ ଓ ତାଙ୍କ ପତ୍ନୀ, ଜ୍ୱାଇଁ, ପୁତୁରାଙ୍କୁ ପଚରାଉଚରା କରୁଛି ପୋଲିସ ।

ରାଇମୋହନଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ? କାହିଁକି ଆତ୍ମହତ୍ୟା କଲେ ରାଇମୋହନ? ସେ କେଉଁ ପରିସ୍ଥିତିରେ ଏଭଳି ଚରମ ନିଷ୍ପତ୍ତି ନେଲେ ସେ ନେଇ ଖୋଳତାଡ଼ କରାଯିବ ।