ନୂଆଦିଲ୍ଲୀ, ୨୭/୦୨: ମାର୍ଚ୍ଚ ୧ରୁ କାମ କରିବନି ହ୍ୱାଟ୍ସଆପ୍! ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ସ୍ପଷ୍ଟ କରିଛନ୍ତି ଯେ କେନ୍ଦ୍ର ସରକାର ନଭେମ୍ବର ୨୦୨୫ ସିମ୍ ବାଇଣ୍ଡିଂ ନିୟମ ଲାଗୁ ହେବ ଏବଂ ଅନଲାଇନ୍ ମେସେଜିଂ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ୬ ଘଣ୍ଟା ପରେ କମ୍ପ୍ୟୁଟରରୁ ଆପେ ଆପେ ଲଗ୍ ଆଉଟ୍ ହୋଇଯିବ।
ହ୍ୱାଟ୍ସଆପ୍ ଆକାଉଣ୍ଟ୍ କେବଳ ସେହି ସିମ୍ କାର୍ଡ୍ ସହ ଲିଙ୍କ୍ ରହିବ, ଯେଉଁଥିରେ ଗ୍ରାହକ ପ୍ରଥମେ ରେଜିଷ୍ଟର୍ କରିଥିବେ। ଫୋନ୍ରେ ସେହି ସିମ୍ ଆକ୍ଟିଭ୍ ଭାବେ ରହିବା ଆବଶ୍ୟକ। ଯଦି ସିମ୍ ନାହିଁ, କିମ୍ବା ଡିଆକ୍ଟିଭେଟ୍ ଅଛି ତାହାଲେ ଆପ୍ କାମ କରିବା ବନ୍ଦ କରିଦେବ କିମ୍ବା ଲଗ୍ଇନ୍ ହେବ ନାହିଁ। WhatsApp Web / Desktop ରେ ପ୍ରତି ୬ ଘଣ୍ଟାରେ ଆପେ-ଆପେ ଲଗ୍ଆଉଟ୍ ହୋଇଯିବ, ଏବଂ ଲଗ୍ଇନ୍ ପାଇଁ ଫୋନ୍ରେ ସିମ୍ ଚେକ୍ ହେବ। ଯଦି କୌଣସି ଉପଭୋକ୍ତାଙ୍କ ଡିଭାଇସରେ ପଞ୍ଜିକୃତ ସିମ୍ ଲିଙ୍କ୍ ନାହିଁ, ତେବେ ମେସେଜିଂ ସେବା କାମ କରିବା ବନ୍ଦ କରିଦେବ।
ଦୂରସଂଚାର ବିଭାଗ ୨୮ ନଭେମ୍ବର, ୨୦୨୫ ରେ ୨୦୨୪ ଟେଲିକମ୍ ସାଇବର୍ ସୁରକ୍ଷା ନିୟମ ଅନୁଯାୟୀ ଏହି ନିର୍ଦ୍ଦେଶ ଜାରି କରିଥିଲା। ଏହି ନିର୍ଦ୍ଦେଶ ଅନୁଯାୟୀ WhatsApp, Telegram, Signal ଏବଂ ଅନ୍ୟାନ୍ୟ OTT ମେସେଜିଂ ପ୍ଲାଟଫର୍ମଗୁଡ଼ିକୁ ଏକ ସକ୍ରିୟ SIM ସହିତ ଲିଙ୍କ୍ ରହିବା ଆବଶ୍ୟକ।